ଚାଇନାରେ ତୁଷାରପାତ,ସ୍କୁଲ ବନ୍ଦ, ବିମାନ ଉଡାଣ ବାତିଲ…

ବେଜିଂ,୬।୧୧ : ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ସୋମବାର ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଅନେକ ବିମାନ ଊଡାଣକୁ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଯାଇଛି। ସରକାର ଏକ ବିବୃତ୍ତିରେ କହିଛନ୍ତି ହିଲୋଙ୍ଗଜିଆଙ୍ଗରେ ୪୯ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏଥି ସହିତ, ହିଲୋଙ୍ଗଜିଆଙ୍ଗର ରାଜଧାନୀ ହରବିନ ବିମାନବନ୍ଦର ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି।

ସରକାରଙ୍କ ସରକାରୀ ୱେକ ଆକାଉଣ୍ଟ ଅନୁଯାୟୀ, ହାର୍ବିନର ଅଧିକାଂଶ ଅଞ୍ଚଳରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ଶିଶୁ ଉଦ୍ୟାନ ଏବଂ କ୍ୟାମ୍ପସ ଅଫ ଟ୍ରେନିଂ ସଂସ୍ଥାକୁ ବନ୍ଦ ରଖାଯାଇଛି। ସମଗ୍ର ଅଞ୍ଚଳରେ ତୁଷାରପାତ ଏବଂ ଥଣ୍ଡା ତାପମାତ୍ରା ରହିଛି। ରାଜ୍ୟ ଗଣମାଧ୍ୟମ ଏବଂ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଯେଉଁଠାରେ ତୁଷାରପାତ ଘଟୁଛି ସେହି ଅଞ୍ଚଳରେ ସ୍କୁଲଗୁଡିକ ବନ୍ଦ ରହିଛି।

ଚାଇନାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସୋମବାର ସନ୍ଦ୍ୟା ପର୍ଯ୍ୟନ୍ତ ହିଲୋଙ୍ଗଜିଆଙ୍ଗର ସହରଗୁଡିକରେ ୨୦ ମିଲିମିଟର ରୁ ୪୦ ମିଲିମିଟର ବର୍ଷା ହୋଇପାରେ। ଏନେଇ ରେଡ ଆଲର୍ଟ ଜାରି କରାଯାଇଛି।

ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ତାପମାତ୍ରା ଅଧିକ ହ୍ରାସ ପାଇବ ବୋଲି ଚାଇନାର ପାଣିପାଗ ବିଭାଗ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ତାପମାତ୍ରା ହ୍ରାସ ସହିତ ତୁଷାର ଝଡ଼ ମଧ୍ୟ ହୋଇପାରେ ଯାହା ଅନେକ ସହରକୁ ପ୍ରଭାବିତ କରିବ।

Share