Categories: ଜାତୀୟ

କେଦାରନାଥରେ ପ୍ରଥମ ତୁଷାରପାତ

ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅନୁଭୂତ ହୋଇଥିଲା। ସେହିପରି ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ କେଦାରନାଥ ଧାମରେ ପ୍ରଥମ ତୁଷାରପାତ ହୋଇଛି। ସହରରେ ୨ ଇଞ୍ଚର ବରଫ ଜମା ହୋଇ ରହିଥିବା ବେଳେ ସମଗ୍ର ଅଞ୍ଚଳ ବରଫର ଏକ ଧଳା ଚାଦର ଦ୍ୱାରା ଆଚ୍ଛାଦିତ ହୋଇଥିବା ଦୃଶ୍ୟ ନଜର ଆସିଛି।

ତୁଷାରପାତ ଯୋଗୁଁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଉକ୍ତ ଧାମରେ ପହଞ୍ଚିଥିବା ଭକ୍ତମାନେ ଶୀତ ଯୋଗୁ ହୋଟେଲରୁ ବାହାରି ପାରୁ ନ ଥିବା ବେଳେ ଆଉ କିଛି ଭକ୍ତ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ଫଟୋ ଉଠାଉଛନ୍ତି। ସେହିପରି ଚାମୋଲି ଜିଲାରେ ମଧ୍ୟ ଶୀତର ଲହରୀ ଖେଳିବ ବୋଲି ଅନୁମାନ କରାଯାଉଛି। ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ ଥଣ୍ଡା ଏବଂ ଫ୍ଲୁ ହେବାର ଆଶଙ୍କା ଅଧିକ ରହିଛି। ତେଣୁ କରୋନା କାଳରେ ଲୋକଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି।

Share