ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର ୭.୪ ଡିଗ୍ରୀ ରହିଥିଲା। ବୁଧବାର ତାପମାତ୍ରା ଆହୁରି ହ୍ରାସ ପାଇବା ଆଶଙ୍କା କରାଯାଉଛି । ରାତିରେ ତାପମାତ୍ରା କମ ରହୁଥିବାରୁ ବିଶେଷ କରି ପାହାଡ଼ିଆ ଓ ଗ୍ରାମାଞ୍ଚଳରେ ଘାସପତ୍ର, କୁଟା ଭାଡି ତଥା ପଡ଼ିଆରେ ଧଳା ରଙ୍ଗର ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି। ଏହି ତାପମାତ୍ରା କେନ୍ଦୁଝର ସହରର ରେକର୍ଡ କରାଯାଉଥିବା ବେଳେ ପାହାଡିଆ ତଥା ଗ୍ରାମାଞ୍ଚଳରେ ତାପମାତ୍ରା ପାଖାପାଖି ୪ ଡିଗ୍ରୀକୁ ଖସି ଯାଉଥିବାରୁ ଲୋକେ ଶୀତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟା ହେଲେ କବାଟ ବନ୍ଦ କରି ଘରେ ରହୁଥିବାବେଳେ ଆଦିବାସୀ ଅଞ୍ଚଳରେ ଲୋକେ ନିଆଁ ଲଗାଇ ରାତି ଉଜାଗର ହୋଇ କଟାଉଛନ୍ତି ।

Share