Advertisement
Categories: ଜାତୀୟ

ସେନା ଜାରି କଲା ହୀମମାନବ ପାଦର ଛବି

ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଅନୁମାନ ଲଗାଯାଇଛି। ଏବେ କିନ୍ତୁ ଭାରତୀୟ ସେନା ଏହି ହୀମମାନବର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛି। ହୀମମାନବ ‘ୟେତି’କୁ ନେଇ ସେନା କିଛି ତଥ୍ୟ ପ୍ରଦାନ କରିଛି। ଏହାକୁ ନେଇ ଟୁଇଟରରେ କିଛି ଫଟୋ ଶେୟାର କରାଯାଇଛି। ଯେଉଁଥିରେ ହୀମମାନବର ବଡ ବଡ ପାଦର ଫଟୋ ଦେଖିବାକୁ ମିଳିଛି। କୁହାଯାଉଛି କି ଏହି ପାଦ ହୀମମାନବ ‘ୟେତି’ର ହୋଇଥାଇପାରେ। ପ୍ରଥମଥର ଲାଗି ଭାରତୀୟ ସେନାର ଏକ ପର୍ବତାରୋହୀ ଦଳ ମକାଲୁ ବେସ୍‌ କ୍ୟାମ୍ପ ନିକଟରେ ଏପ୍ରିଲ ୯ରେ ଏହି ରହସ୍ୟମୟୀ ପାଦର ସନ୍ଧାନ ପାଇଲେ। ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ରହସ୍ୟମୟୀ ପ୍ରାଣୀଙ୍କ ଭିତରେ ଗୋଟିଏ ହେଉଛି ‘ୟେତି’। ଏହା ପାଖାପାଖି ଶହେ ବର୍ଷ ତଳର ଜୀବ। ତେବେ ଏହି ଜୀବକୁ କେତେଥର ଦେଖାଯାଇଥିବା ଖବର ଆସିଛି। ଲଦ୍ଦାଖର କେତେକ ବୈଦ୍ଧ ମଠ ଦାବି କରିଥିଲେ କି ‘ହୀମମାନବ’ୟେତିକୁ ଏମାନେ ଦେଖିଛନ୍ତି। ଏପଟେ କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି କି ‘ୟେତି’ ମାନବ ନୁହେଁ ବରଂ ଏହା ଏକ ଧ୍ରୁବିୟ ବା ବରଫ ଭାଲୁର କ୍ରସ୍‌ ବ୍ରିଡିଂ ବା ଶଙ୍କର ଜାତୀୟ ଜୀବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share