ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ ଗୋଟିଏ ରାତିରେ ୨୪ ଇଞ୍ଚର ବରଫାପାତ ହୋଇଛି। କେତେକ ଅଞ୍ଚଳରେ ୩୦ ଇଞ୍ଚର ବରଫ ପଡ଼ିଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଡେନଭର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୨୦୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏନେଇ ବିମାନ ବନ୍ଦର ପ୍ରବକ୍ତା ଏମିଲି ଓ୍ବିଲିୟମ୍ସ୍‌ କହିଛନ୍ତି। ବରଫ ଝଡ଼ ନେଇ ନ୍ୟାଶନାଲ୍‌ ଓ୍ବେଦର ସର୍ଭିସ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜନସାଧାରଣଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ, ବରଫ ଝଡ଼ ଯୋଗୁ ତାପମାତ୍ରା ହ୍ରାସ ପାଇବାରୁ ଇତିମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ମଝିରେ ଉପରାଷ୍ଟ୍ରପତିଙ୍କ ଗୋଡ଼ ଆଡକୁ କାହିଁକି ଇସାରା କଲେ ଟ୍ରମ୍ପ?ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୧୩।୩: ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଏତେ ଶକ୍ତିଶାଳୀ ବ୍ୟକ୍ତି...

ଭାରତର ଅଦୃଶ୍ୟ ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ...

ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ...

ଟାରିଫ ଓ୍ବାର ଭିତରେ ଆମେରିକୀୟ ମହିଳାଙ୍କ ପ୍ରେମରେ ଘାଇଲା ହେଲା ଚାଇନା, କହିଦେଲା ଏମିତି କଥା ଆପଣ ବି ହେବେ କାବା

ଓ୍ବାଶିଂଯନ୍‌,୧୩।୩: ଚାଇନା ଓ ଆମେରିକା ମଧ୍ୟରେ ସମ୍ପର୍କ ସର୍ବଦା ତିକ୍ତତାରେ ପରିପୂର୍ଣ୍ଣ ରହିଛି। କେତେବେଳେ ବାଣିଜି୍ୟକ କଟକଣା ତ କେତେବେଳେ ସାମରିକ ଉତ୍ତେଜନା, ଦୁଇ ମହାଶକ୍ତି...

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ

ତାଇପେଇ ସିଟି,୧୩।୩: ତାଇୱାନର ତାଇତୁଙ୍ଗ କାଉଣ୍ଟିର ସମୁଦ୍ରରେ ଏକ ଭୂମିକମ୍ପ ଭୟଙ୍କର ଭୂମିକମ୍ପ ଗୁରୁବାର ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା...

Train Hijack: ହାଇଜାକ୍‌ର ଛାତିଥରା ଭିଡିଓ, ବଡ଼ ଗେମ୍‌ ଖେଳିଲା BLA , ଥରିଲା ପକିସ୍ତାନ

ଇସଲାମବାଦ,୧୩।୩: ପାକିସ୍ତାନରେ ଟ୍ରେନ ହାଜାକ୍‌କୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। ବାଲୁଚ ଲିବରେସନ ଆର୍ମି (BLA) ଦାବି କରିଛି ଯେ ୧୦୦ରୁ ଅଧିକ ପାକିସ୍ତାନୀ...

Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…

ଇସଲାମବାଦ,୧୩।୩: ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍‌ ଜାଫର ଏକ୍ସପ୍ରେସ ଟ୍ରେନକୁ ନେଇ ସସପେନ୍ସ ଜାରି ରହିଛି। BLA ଏବଂ ପାକିସ୍ତାନ ସରକାର ଭିନ୍ନ ଭିନ୍ନ ଦାବି କରୁଛନ୍ତି।...

ମସ୍କଙ୍କ କମ୍ପାନୀର କାର୍‌ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…

ଓ୍ବାଶିଂଟନ୍‌,୧୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କ ଏକ ଟେସଲା କାର କିଣି ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image