ଜାପାନ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳରେ ବହୁତ ଆଗୁଆ ବୋଲି ସମସ୍ତେ ଜାଣନ୍ତି। ବୁଲେଟ୍ ଟ୍ରେନ୍ ନିର୍ମାଣଠାରୁ ଆରମ୍ଭ କରି ଟଏଲେଟ୍ ପର୍ଯ୍ୟନ୍ତ ସବୁଥିରେ ଆଶ୍ଚର୍ଯ୍ୟ କଲା ଭଳି କଳାକୌଶଳ ଭରି ରହିଥାଏ। ଏବେ ଜାପାନ ଏମିତି ଏକ ଟଏଲେଟ୍ ତିଆରି କରିଛି, ଯେଉଁଥିରେ ଆଧୁନିକତାର ଛାପ ରହିଛି। ଏହା ଅନେକ ଉନ୍ନତମାନର କୌଶଳରେ ତିଆରି କରାଯାଇଛି।
ଜାପାନର ରାଜଧାନୀ ଟୋକିଓରେ ଏକ ବିଲ୍ଡିଂ ତିଆରି କରାଯାଇଛି। ଯେଉଁଥିରେ ଏହି ଟଏଲେଟ୍ ବା ଶୌଚାଳୟ ରହିଛି। ଏହାକୁ ଅଲିମ୍ପିକ୍ ବିଲ୍ଡିଂ ତିଆରି କରିଥିବା ଆର୍କିଟେକ୍ଟର ପ୍ରସ୍ତୁତ କରିଛନ୍ତି। ଜାପାନର ଏହି ଟଏଲେଟ୍ ସାଧାରଣ ଟଏଲେଟ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହି ଟଏଲେଟ୍ରେ ସିଟ୍ ଗରମ ରହିଥାଏ। ଏଥିରୁ ଗରମ ପାଣି ମଧ୍ୟ ବାହାରିଥାଏ।