ଗଦର-୨ରେ ଖର୍ଚ୍ଚ ହୋଇଛି ଏତିକି କୋଟି

ମୁମ୍ବାଇ: ଗଦର -୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମଟି ‘ଓଃ ମାଇଁ ଗଡ୍‌ -୨ ରୁ ଆରମ୍ଭ କରି ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଏବଂ ‘ଜେଲର’ ପର୍ଯ୍ୟନ୍ତ ବଡ଼ ଫିଲ୍ମକୁ ପଛରେ ପକାଇଛି। ୨୨ ବର୍ଷ ପରେ ମଧ୍ୟ ତାରା ସିଂ ଏବଂ ସାକିନାଙ୍କ ଯୋଡ଼ିର ସମାନ ଆକର୍ଷଣ ଦର୍ଶକଙ୍କ ହୃଦୟ ଜିଣିଛି। ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ରୋଜଗାର କରିଛି। ନିକଟରେ ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ର ନିର୍ଦ୍ଦେଶକ ଅନିଲ ଶର୍ମା ପ୍ରକାଶ  ଏହି ଫିଲ୍ମ କେତେ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଛି କହିଛନ୍ତି।

ଏକ ସାକ୍ଷାତକାରରେ ଅନିଲ ଶର୍ମା କହିଛନ୍ତି, ଫିଲ୍ମଟିକୁ ଅଜସ୍ର ଭଲପାଇବା ମିଳିଛି। ଯାହାକୁ ନେଇ ସେ ବହୁତ ଖୁସି ଅଟନ୍ତି। କେବଳ ଏତିକି ନୁହେଁ, ସେ ଫିଲ୍ମର ବଜେଟ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଫିଲ୍ମଟି ୬୦ କୋଟି ଟଙ୍କାରେ ନିର୍ମିତ ହୋଇଛି। ସେ କହିଛନ୍ତି, ଲୋକେ ଭାବିଲେ ଅନିଲ ଶର୍ମା ଆଉ ଫିଲ୍ମ କରିପାରିବେ ନାହିଁ। ମାତ୍ର ଆମେ କମ୍‌ ବଜେଟ୍‌ରେ ଏହି ଫିଲ୍ମଟି ତିଆରି କରିଛୁ। ଯାହା ଭଲ ବ୍ୟବସାୟ କରିଚାଲିଛି। ସେ କହିଛନ୍ତି, ଗଦର ସୃଷ୍ଟି କରିଥିବା ବ୍ରାଣ୍ଡ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଅନିଲ ସେହି ସମୟକୁ ମନେ ପକାଇଛନ୍ତି, ଯେତେବେଳେ ଗଦର- ଏକ ପ୍ରେମ କଥା ୨୦୦୧ରେ ମୁକ୍ତିଲାଭ କରିଥିଲା।

ନିର୍ଦ୍ଦେଶକ କହିଛନ୍ତି, ‘ଗଦର ଦେଖୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୭୫ ନିୟୁତ ଥିଲା। ମୁଁ ନିଶ୍ଚିତ ଯେ, ୫୦ ମିଲିୟନ ଲୋକ ଗଦର ଦେଖିବାକୁ ପସନ୍ଦ କରିବେ। ସେଥିପାଇଁ ମୁଁ ଫିଲ୍ମର କାହାଣୀ ଉପରେ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ନ ଥିଲି।’ ଆମେ ତିଆରି କରିଥିବା କାହାଣୀ ସହିତ ଦର୍ଶକଙ୍କୁ ସଂଯୋଗ କରିବାକୁ, ସେଥିପାଇଁ ଏହି ଫିଲ୍ମ ନିର୍ମାଣ ପାଇଁ ଆମେ ଏତେ ବର୍ଷ ନେଇଥିଲୁ।

ଗଦର-୨ର ରୋଜଗାର ବିଷୟରେ କହିବାକୁ ଗଲେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ ୫୨୨ କୋଟି ବ୍ୟବସାୟ କରିଛି। ଏହା କ୍ରମାଗତ ଭାବରେ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି।

Share