Categories: ଜାତୀୟ

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ କୁମାରଙ୍କ ନାମ ନେଇ କହିଥିଲେ, ସେ ଏବଂ ତାଙ୍କ ଦଳର ନେତାମାନେ ଏକ ମିଥ୍ୟା ମାମଲାରେ ଜଡ଼ିତ କରି ଜେଲକୁ ପଠାଯାଉଛି। ଏହି କଥା ଶୁଣି ସ୍ବାତୀ ମାଲିୱାଲ ରାଗିଯାଇଥିଲେ।

ସ୍ବାତୀ ସୋସିଆଲ ମିଡିଆରେ ଲେଖିଛନ୍ତି, ଅରବିନ୍ଦ କେଜ୍‌ରିୱାଲ ଲଜ୍ଜାଜନକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଯିଏ ତୁମ ବାସଭବନରେ ତୁମ ଉପସ୍ଥିତିରେ ମୋତେ ଆକ୍ରମଣ କରିଥିଲେ, ସେ ଜେଲରେ ଥିବାବେଳେ ତୁମେ ତାଙ୍କୁ ବଞ୍ଚାଇବା ପାଇଁ ଦେଶର ମହଙ୍ଗା ଓକିଲମାନଙ୍କର ସହାୟତା ନେଇଥିଲ। ଆଜି ତାଙ୍କୁ ଦଳର ସବୁଠାରୁ ବଡ ନେତା ବୋଲି କହୁଛନ୍ତି। ଏଭଳି ନେତାଙ୍କୁ ଘଣ୍ଟ ଘୋଡାଇବା ଦୁର୍ଭାଗ୍ୟଜନକ। କେଜ୍‌ରିଓ୍ବାଲ ନିଜକୁ ମର୍ଯା୍ୟଦା ପୁରଷୋତ୍ତମ ରାମ ସହିତ ତୁଳନା କରିଛନ୍ତି। ଏତେ ଅହଂକାର ଠିକ ନୁହେଁ, ଯିଏ ନିଜ ଦଳର ମହିଳା ଏମ୍‌ପିଙ୍କ ପାଇଁ ଛିଡା ହୋଇ ପାରିବ ନାହିଁ, ସେ ଦିଲ୍ଲୀର ମହିଳାମାନଙ୍କ ପାଇଁ ମଧ୍ୟ କିପରି ଛିଡା ହେବେ।

Share