Categories: ବାଣିଜ୍ୟ

ଟାଇମ୍ସ ୱାର୍ଲଡ୍‌ ର଼୍ୟାଙ୍କିଙ୍ଗ୍‌ରେ ସୋଆ

ଭୁବନେଶ୍ୱର ,୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶିକ୍ଷା ଓ ଅନୁସନ୍ଧାନ’ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ମାନ୍ୟତା ଦିଆଯାଇଛି। ବିଶେଷକରି ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍‌ଇ) ୱାଲର୍‌ଡ ର଼୍ୟାଙ୍କିଙ୍ଗ୍ସ-୨୦୨୪ରେ ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନିତ ହୋଇଛି। ଏପରିକି ଟିଏଚ୍‌ଇ ବିଶ୍ୱ ର଼୍ୟାଙ୍କିଙ୍ଗ୍‌-୨୦୨୩ ରେ ସୋଆ ୧୦୦୧ରୁ ୧୨୦୦ ରେଞ୍ଜରେ ଥିବାବେଳେ ୨୦୨୨ରେ ସୋଆ ୧୨୦୧ ପ୍ଲସ୍‌ ବ୍ରାକେଟ୍‌ରେ ରହିଥିଲା।

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତ୍ତିକରି ଏହି ଟିଏଚ୍‌ଇ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଥାଏ। ଏହି ମାପଦଣ୍ଡ ଗୁଡ଼ିକ ମଧ୍ୟରେ ଟିଚିଂ(ଦ ଲର୍ନିଂ ଏନ୍‌ଭାଇରନ୍‌ମେଣ୍ଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଣ୍ଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନ୍ୟାଶନାଲ୍‌ ଆଉଟ ଲୁକ୍‌ (ଇଣ୍ଟରନ୍ୟାଶନାଲ୍‌ ଷ୍ଟାଫ୍‌, ଷ୍ଟୁଡେଣ୍ଟସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ) ଭଳି ବିଷୟ ସାମିଲ ରହିଛି। ସେହିଭଳି ୨୦୨୩ରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ୍‌ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କାଟେଗୋରିରେ ୧୫ତମ ସ୍ଥାନରେ ରହିଥିବା ବେଳେ ସୋଆ ଫ୍ୟାକଲ୍ଟି ଅଫ୍‌ ମେଡିକାଲ ସାଇନ୍‌ସେସ୍‌ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌) ୧୬ ତମ ଓ ଫ୍ୟାକଲ୍ଟି ଅଫ୍‌ ଇଞ୍ଜିନିୟରିଂ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ୨୭ତମ ସ୍ଥାନ ହାସଲ କରିଥିଲା। ସେହିପରି ସୋଆର ଫ୍ୟାକଲ୍ଟି ଅଫ୍‌ ଲିଗାଲ ଷ୍ଟଡିଜ୍‌ (ସୋଆ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ) ଦେଶରେ ୮ମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍‌ସେସ୍‌) ୯ମ ସ୍ଥାନରେ ରହିଥିଲା। ଅପରପକ୍ଷରେ ସମ୍ମାନଜନକ କ୍ୟୁଏସ୍‌ ୱାଲର୍‌ଡ ର଼୍ୟାଙ୍କିଙ୍ଗ୍ସ-୨୦୨୩ରେ ମଧ୍ୟ ସୋଆ ୧୦୦୧ରୁ ୧୨୦୦ ବ୍ରାକେଟ୍‌ରେ ସ୍ଥାନ ପାଇଥିଲା।

Share