Categories: ଜାତୀୟ

ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କ ପରଲୋକ

ନୂଆଦିଲ୍ଲୀ,୧୧।୯-ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେଲା ଗୁରୁତର ଅସୁସ୍ଥ ହୋଇ ଦିଲ୍ଲୀର ଇନଷ୍ଟିଟ୍ୟୁଟ ଅଫ ଲିଭର ଏବଂ ବିଲିୟାରି ସାଇନ୍ସରେ ଚିକିତ୍ସାଧିନ ଥିଲେ। ଶୁକ୍ରବାର ସା ୬ଟାରେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ୬.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଅଗ୍ନିବେଶ ୧୯୭୦ରେ ଆର୍ଯ୍ୟ ସଭା ନାମକ ଏକ ରାଜନୀତି ଦଳ ଗଠନ କରିଥିଲେ। ୧୯୭୭ ମସିହାରେ ସେ ହରିୟାଣା ବିଧାନସଭାରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ହରିୟାଣା ସରକାରରେ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପରେ ୧୯୮୧ ମସିହାରେ ସେ ବାନ୍ଧୁଆ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ।

Share