Advertisement
Categories: ଫୁରସତ

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ ଚଳେ। କାରଣ ପ୍ରଥମରୁ ଏହି ଭାଇରସକୁ ନେଇ ଲୋକେ ଯେତିକି ଭୟ କରୁଥିଲେ ଏବେ କିନ୍ତୁ କେତୋଟି ଦିଗ ପ୍ରତି ଧ୍ୟାନ ଦେଇ ସମସ୍ତେ ବାହାରକୁ ବାହାରି ଆସୁଛନ୍ତି। ଏବେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଉଛି। ପ୍ୟାରିସରେ ଏହାକୁ ନେଇ ଏକ ଭିନ୍ନ ଦୃଶ୍ୟ ଦେଖିକାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ୟାରିସର ଏକ ଫଟୋ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏକ କାଫେରେ ଗ୍ରାହକଙ୍କ ମଧ୍ୟରେ ସମାଜିକ ଦୂରତା ବଜାୟ ରଖିବା ପାଇଁ କାଫେ ମାଲିକ ଦୁଇଟି ଚେୟାର ମଝିରେ ଗୋଟିଏ ବଡ ଟେଡି ବିୟର ରଖି ଦେଇଛନ୍ତି। ଫଳରେ ଗ୍ରାହମାନେ ଆଉ ପରସ୍ପର ପାଖାପାଖି ନ ବସି ସୋସିଆଲ ଡିଷ୍ଟାନସିଂ ରଖି ବସୁଥିବା ଦେଖାଯାଇଛି। କାଫେ ମାଲିକଙ୍କର ଏଭଳି ଚିନ୍ତାଧାରାକୁ ବେଶ୍‌ ପ୍ରଶଂସା କରାଯାଉଛି। ଏହାକୁ ଜଣେ ଟୁଇଟର ୟୁଜର @LorenzoTheCat ଜୁନ୍‌ ୨୭ରେ ଶେୟାର କରିଥିଲେ। ସେ ଏଥିରେ ଲେଖିଥିଲେ ପ୍ୟାରିସର ଏକ କାଫେରେ ଟେଡି ବିୟର ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରୁଛି। ଏହାକୁ ଦେଖିବା ପରେ କିଛି ଘଣ୍ଟା ମଧ୍ୟରେ ୧୧.୫ ହଜାର ଲାଇକ୍ସ ମିଳିବା ସହ ୩.୧ ହଜାର ଥର ରିଟୁଇଟ୍‌ କରାଯାଇଥିବା ଦେଖାଯାଇଥିଲା। ଆଉ କେତେଜଣ ୟୁଜର୍ସ ମଧ୍ୟ ଏଥିରେ କମେଣ୍ଟ କରିଥିଲେ।

Share