ସାମାଜିକ ବିବିଧତା

ଯେଉଁମାନେ ‘ବାକ୍‌ ସ୍ବାଧୀନତା’ ଖଣ୍ଡବାକ୍ୟ ସୃଷ୍ଟି କରିଛନ୍ତି ସେହିମାନେ ହିଁ ‘ଘୃଣା ମନ୍ତବ୍ୟ’ ବା ହେଟ୍‌ ସ୍ପିଚ୍‌ର ସ୍ରଷ୍ଟା। ବାକ୍‌ ସ୍ବାଧୀନତାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସବୁ ବକ୍ତବ୍ୟ ଭଲ, ସନ୍ତୋଷଜନକ ଏବଂ ସମ୍ମାନଜନକ ନୁହେଁ ବୋଲି ଅନୁଭବ କରିବାକୁ କିଛି ସମୟ ଲାଗିଗଲା। ଏହା ପୂର୍ବରୁ, ସମଗ୍ର ବିଶ୍ୱରେ ଉତ୍ପୀଡ଼ିତମାନେ ଭରି ରହିଥିଲେ, ଯେଉଁମାନଙ୍କୁ ନିଜ କଥା କହିବାର ଆବଶ୍ୟକତା ଥିଲା। ଏବେ ସମଗ୍ର ବିଶ୍ୱରେ ଭରି ରହିଛନ୍ତି ଖଳବ୍ୟକ୍ତି, ଯେଉଁମାନେ ସବୁଥିରେ ନୀରବ ରହିବା ଆବଶ୍ୟକ ବୋଲି ଭାବୁଛନ୍ତି। ଏହି ସମସ୍ୟା ପାଶ୍ଚାତ୍ୟ ଚିନ୍ତାଧାରାରେ ରହିଛି। ସେମାନେ ଯାହା କିଛି ବିଶ୍ୱାସ କରନ୍ତି, ସେସବୁର ଅନ୍ତିମ ସମାଧାନ ହେଉଛନ୍ତି ଯୀଶୁ। ସେମାନେ ଚାହାନ୍ତି ଯେ ସେମାନଙ୍କର ମାର୍ଗରେ ସମସ୍ତେ ପୁନର୍ବାର ଏକ ନୂତନ ଚିନ୍ତାଧାରା ନେଇ ଜନ୍ମ ହୁଅନ୍ତୁ। ସର୍ବଶେଷରେ,ବିଶ୍ୱକୁ ଏକ ବିକଶିତ ସମାଜ ଭାବେ ଗଢ଼ିବାରେ ଏହା ହେଉଛି ସେହି ଶ୍ୱେତାଙ୍ଗ ବା ୟୁରୋପୀୟଙ୍କ ଲକ୍ଷ୍ୟ।
ସମାଜର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ବିଷୟ ଦେଖାଯାଉ। ଏହି ଦୁଇଟି ବିଷୟରେ ବକ୍ତୃତା ଦେବା ପାଇଁ ମୋତେ ଏକ ୟୁରୋପୀୟ କମ୍ପାନୀ ଡାକିଥିଲା। କିନ୍ତୁ ଯେତେବେଳେ ମୁଁ ଭାଷାର ବିବିଧତା ଏବଂ ଧର୍ମର ବିବିଧତା ବିଷୟରେ କହିବା ଆରମ୍ଭ କଲି, ସେତେବେଳେ ଲିଙ୍ଗ, ଯୌନ ବିଚାର ଏବଂ ବର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିବାକୁ ମୋତେ ବିନମ୍ରତାର ସହ କହିଥିଲେ। ମୋ ନିକଟରେ ଆଉ କୌଣସି ବିକଳ୍ପ ନ ଥିଲା, କାରଣ ମୋର ଯାହା କହିବାର ଥିଲା ତାହାର ତାଲିକା ସେମାନେ ଔପଚାରିକ ଭାବେ ମୋତେ ଦେଇଥିଲେ। କିନ୍ତୁ ଯେତେବେଳେ ପ୍ରମୁଖ କର୍ପୋରେଶନଗୁଡ଼ିକ ଦ୍ୱାରା ‘ବିବିଧତା’ ଏବଂ ‘ଅନ୍ତର୍ଭୁକ୍ତୀକରଣ’ ଶବ୍ଦଗୁଡ଼ିକ ବ୍ୟବହୃତ ହେବା ମୋତେ ଅତ୍ୟନ୍ତ ମର୍ମାହତ କରିଥିଲା। ଏହି ଶବ୍ଦଗୁଡ଼ିକ ଆମେରିକାର ଏବଂ ୟୁରୋପୀୟ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ସମ୍ପର୍କରେ ଯାହା କୁହାଯାଇଛି ତାହା ସହ ପ୍ରାୟ ମେଳ ଖାଉଥିଲା। ସେମାନଙ୍କ ପାଇଁ ଚିନ୍ତାର ବିଷୟ ହେଉଥିବା ବର୍ଣ୍ଣ, ଲିଙ୍ଗ ଏବଂ ଯୌନବିଚାର ବିଷୟ ବିଶ୍ୱର ସବୁଆଡ଼େ ଥିବାର ସେମାନେ ଜୋର ଦିଅନ୍ତି। ସେଥିପାଇଁ ସେଠାରେ ଭାଷା ବିବିଧତା ,ଧର୍ମୀୟ ବିବିଧତା ତଥା ଜାତି ବିବିଧତା ସମ୍ପର୍କରେ ଆଲୋଚନା କରାଯାଇ ନ ଥିଲା। ଏଭଳି ଆଲୋଚନା ଭାରତ ଭଳି ଦେଶର ଆଞ୍ଚଳିକ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ମଧ୍ୟ।
ଚାଇନିଜ୍‌ଙ୍କର ଗ୍ରେଟ୍‌ ଓ୍ବାଲ୍‌ ଓ ଫାୟାର ଓ୍ବାଲ୍‌ ଅଛି ବୋଲି ପାଶ୍ଚାତ୍ୟ ଭୁଲିଯାଏ। ସେଗୁଡ଼ିକ ସେଠାରେ ରହିବା ପଛରେ ଏକ କାରଣ ରହିଛି। ଜାପାନର ଲୋକେ ଅଧିକ ସଂସ୍କୃତିସମ୍ପନ୍ନ ଓ ପାଶ୍ଚାତ୍ୟ ଶୈଳୀର ହେଲେ ସୁଦ୍ଧା ଟେକ୍ନୋଲୋଜି , ଫ୍ୟାଶନ ଏବଂ ଡ୍ରେସ୍‌ କ୍ଷେତ୍ରରେ ସେମାନେ ବିଦେଶୀ ଲୋକଙ୍କୁ ପସନ୍ଦ କରୁନାହାନ୍ତି। ଏହାର କାରଣ ହେଉଛି ସେମାନେ ବିଦେଶୀଙ୍କୁ ଦୂରେଇ ରଖିବାକୁ ଚାହାନ୍ତି। କାରଣ ୟୁରୋପୀୟମାନେ ଯେତେବେଳେ ଜାପାନକୁ ଆସିଲେ, ସେମାନେ କେବଳ ବାଣିଜ୍ୟ ପାଇଁ ଆସି ନ ଥିଲେ, ବରଂ ସେମାନେ ଲୋକଙ୍କୁ ଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରୀକରଣ କରିବାକୁ ଆସିଥିଲେ। ସେଥିପାଇଁ ସେମାନଙ୍କୁ ଦୂରେଇ ରଖିବାକୁ ପଡ଼ିଥିଲା। ଆଧୁନିକ କର୍ପୋରେଶନଗୁଡ଼ିକର ଆଚରଣ ଏହାଠାରୁ ଭିନ୍ନ ନୁହେଁ। ସେମାନେ ଏଠାରେ କେବଳ ବ୍ୟବସାୟ କରିବାକୁ ରହିନାହାନ୍ତି, ବରଂ ସେମାନେ ବିଜ୍‌ନେସ୍‌କୁ ବିଚାରଧାରା ବା ଆଦର୍ଶ ପାଇଁ ଏକ ସାଧନ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି। ବର୍ତ୍ତମାନର ବିଚାରଧାରାକୁ ଅବଶ୍ୟ ନାସ୍ତିକ, ଯୁକ୍ତିଯୁକ୍ତ, ଧର୍ମନିରପେକ୍ଷ, ବୈଜ୍ଞାନିକ ଭାବରେ ଉପସ୍ଥାପିତ କରାଯାଉଛି ଏବଂ ଉଭୟ ବିଚାରଧାରା ଓ ତାହାର କାର୍ଯ୍ୟାନ୍ବୟନ ଦୃଷ୍ଟିରୁ ସେମାନେ ଖ୍ରୀଷ୍ଟିଆନ ହୋଇଥିବାବେଳେ ସେସବୁକୁ ବୈଶ୍ୱିକ ଆଦର୍ଶ ବୋଲି ମନେକରୁଛନ୍ତି। ଅନ୍ତର୍ଭୁକ୍ତୀକରଣ ବର୍ତ୍ତମାନ ଅନୁପ୍ରବେଶରେ ପରିଣତ ହେଉଛି , ଅର୍ଥାତ୍‌ ସମସ୍ତଙ୍କୁ ସମ୍ମିଳିତ କରିବା ପରିବର୍ତ୍ତେ ଏମାନେ ଅନ୍ୟର ଧର୍ମରେ ଅନୁପ୍ରବେଶ କରିଛନ୍ତି। ସଂସ୍କୃତିର ସଂଜ୍ଞା ସୀମା ଏବଂ ପଦାନୁକ୍ରମ ଉପରେ ଆଧାରିତ। ଆମେ କିଛି ଜିନିଷ ଭିତରେ ଏବଂ କିଛି ଜିନିଷକୁ ବାହାରେ ରଖୁ। ହେଲେ ଜ୍ଞାନ ଏହି ସୀମା ଏବଂ ପଦାନୁକ୍ରମକୁ ଟପି ଆଗକୁ ବଢୁଛି। ସଂସ୍କୃତି ଏବଂ ଜ୍ଞାନ ସର୍ବଦା ପରସ୍ପରର ବିରୋଧରେ ରହିଥାଆନ୍ତି।
ଉଦାହରଣ ସ୍ବରୂପ ବ୍ରହ୍ମାଙ୍କ ପୁତ୍ର ମନୁ ଏକ ସମାଜରେ ମଣିଷର ଚତୁର୍ବଗ ବିଷୟରେ କହୁଥିବାବେଳେ ସମସ୍ତ ବର୍ଗକୁ ପ୍ରତ୍ୟାଖ୍ୟାନ କରୁଥିବା ଶିବ ତାଙ୍କୁ ଚ୍ୟାଲେଞ୍ଜ କରନ୍ତି। ହିନ୍ଦୁ ପୁରାଣରେ ମନୁ ଏବଂ ଶିବଙ୍କ ମାର୍ଗ ମଧ୍ୟରେ ଥିବା ତିକ୍ତତା ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ନୁହେଁ, ବରଂ ସଂସ୍କୃତି ଓ ଜ୍ଞାନ ମଧ୍ୟରେ ଥିବା ତିକ୍ତତାକୁ ପ୍ରକାଶ କରିଥାଏ। ଅଧିକାଂଶ ଲୋକ ବୁଦ୍ଧିମାନ୍‌ ନୁହନ୍ତି, ଅଧିକାଂଶ ଲୋକ ଭୟାଳୁ। ସେମାନଙ୍କର ସୁରକ୍ଷା ଆବଶ୍ୟକ, ଯେଉଁଥିପାଇଁ ଆମେ ପାଚେରି ଠିଆକରୁ ଅର୍ଥାତ୍‌ ବାଧା ଦେଉ ଓ ଯେଉଁ କାରଣରୁ ସାମାଜିକ ପଦାନୁକ୍ରମ ସୃଷ୍ଟି ହୁଏ।
ଖଲିଫାଙ୍କ ସମୟରେ ଇସ୍‌ଲାମ ଏକ ପ୍ରମୁଖ ବିଶ୍ୱ ଶକ୍ତି ଥିଲାବେଳେ ସେମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ ଲୋକଙ୍କୁ ଧର୍ମାନ୍ତରୀକରଣ କରୁ ନ ଥିଲେ କି ? ଯେଉଁମାନେ ଧର୍ମ ପରିବତ୍ତର୍ର୍ନ କରୁଥିଲେ ସେମାନଙ୍କୁ କମ୍‌ ଟିକସ ଦେବାକୁ ପଡୁଥିଲା। ଯେଉଁମାନେ ଏହା କରୁ ନ ଥିଲେ ସେମାନେ ଅଧିକ ଟିକସ ଦେଉଥିଲେ। ଲୋକମାନେ ଧର୍ମ ପରିବର୍ତ୍ତନ ନ କରିବା ରାଜ୍ୟ ବା ଦେଶ ପାଇଁ ଭଲ। ମିଶନାରିମାନେ ଲୋକମାନଙ୍କୁ ପରିବର୍ତ୍ତନ କରୁଥିଲାବେଳେ ଦେଶ ସେହି କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରି ନ ଥିଲା, ଯେଉଁଥିପାଇଁ ଆମେ ଏତେ ବିବିଧତା ଦେଖୁ। ଏହି କାରଣରୁ ଆମେ ଇସ୍‌ଲାମର ସୁବର୍ଣ୍ଣ ଯୁଗରେ ବିରାଟ ବିବିଧତା ବିଷୟରେ ଆଲୋଚନାକରୁ।
କଥା ହେଉଛି, ଆମେ ପାର୍ଥକ୍ୟଗୁଡ଼ିକୁ କିପରି ନିୟନ୍ତ୍ରଣ କରିବୁ? ତାହା ହେଉଛି ଏକମାତ୍ର ଦକ୍ଷତା, ଯାହାକୁ ଆମେ ଶିଖିବା ଆବଶ୍ୟକ। ଅନ୍ତର୍ଭୁକ୍ତୀକରଣର ବିଚାରଧାରା ଆପଣଙ୍କୁ ଜଣେ ଭଲ ବ୍ୟକ୍ତି କରେ , କିନ୍ତୁ ଜଣେ ଅତି ଲୋଭୀକୁ ମିଶାଇଲେ ସେ ତୁମକୁ ଶେଷ କରିଦେବ। ଜଣେ ମେଷପାଳକ କେବେହେଲେ ଏକ ଗଧିଆକୁ ମେଣ୍ଢାପଲରେ ମିଶାଇବ ନାହିଁ। ଯଦି ଗଧିଆ ନିଜକୁ ମେଣ୍ଢା ବୋଲି ଭାବେ, ତାହା ହେଉଛି ଗଧିଆର ସମସ୍ୟା। ଏହି ଜଟିଳ ମାନବ ଚିନ୍ତାଧାରା ଏକ ଏମିତିକା ବିଷୟ ଯାହାକୁ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ମୂର୍ଖମାନେ ବୁଝନ୍ତି ନାହିଁ। ବର୍ତ୍ତମାନ ସାରା ବିଶ୍ୱରେ କାହିଁକି ଅନେକ କର୍ପୋରେଶନ ଏକ ସାଂସ୍କୃତିକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହାର କାରଣ ହେଉଛି, ସେମାନେ ସେହି ଲୋକମାନଙ୍କୁ ଆଘାତ କରୁଛନ୍ତିି, ଯେଉଁମାନେ ପ୍ରକୃତରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣର ସହଯୋଗ ଆବଶ୍ୟକ କରନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri