Categories: ବାଣିଜ୍ୟ

ସରକାରଙ୍କ ନୂଆ ନିୟମ: ଏହି ୟୁଜର୍ସଙ୍କର ଫେସ୍‌ବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯିବ ଡିଲିଟ୍‌

ନୂଆଦିଲ୍ଲୀ,୨୯।୧୨: ସୋସିଆଲ ମିଡିଆ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ବର୍ତ୍ତମାନ ସରକାର ସ୍ଥାୟୀ ବ୍ୟକ୍ତିଗତ ଆକାଉଣ୍ଟକୁ ଅନିବାର୍ଯ୍ୟ କରିପାରନ୍ତି। ବିଶେଷ କରି ଏପରି ବ୍ୟବହାରକାରୀଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ଏବଂ ଅନ୍ୟ ଇଣ୍ଟରନେଟ ପ୍ଲାଟଫର୍ମରୁ ଦୂରରେ ଅଛନ୍ତି । ଯଦି ଏ ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ଗତ ତିନି ବର୍ଷ ଧରି ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ପ୍ଲାଟଫର୍ମରୁ ଦୂରରେ ଥିବା ଉପଭୋକ୍ତାମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ପ୍ରସ୍ତାବ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ (ଡିପିଡିଟି) ଆକ୍ଟର ଏକ ଅଂଶ। ଯାହା ଚଳିତ ବର୍ଷ ଅଗଷ୍ଟରେ ଆଇନରେ ପରିଣତ ହୋଇଥିଲା । ଏହା ଉପଭୋକ୍ତାମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ଏବଂ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ସୋସିଆଲ ମିଡିଆକୁ ନେଇ ପ୍ରସ୍ତୁତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ ମାର୍କେଟପ୍ଲେସ, ଗେମିଂ କମ୍ପାନୀ ଏବଂ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ଉପରେ ମଧ୍ୟ ଲାଗୁ କରାଯାଇପାରେ। ଏହା ପଛର ଉଦ୍ଦେଶ୍ୟ ହେଉଛି କାହାର ବ୍ୟକ୍ତିଗତ ତଥ୍ୟ ଯେଭଳି ତାଙ୍କ ଅଜାଣତରେ ବ୍ୟବହାର ନ ହୁଏ ତାହାକୁ ସୁନିଶ୍ଚିତ କରିବା। କେତେକ ମାଲାରେ ଆଇନ ପ୍ରଣୟନକାରୀ ସଂସ୍ଥା ସେହି ତଥ୍ୟ ଖୋଜିପାରନ୍ତି। ସେଭଳି ର୍ନିଦ୍ଦିଷ୍ଟ ମାମଲା ପାଇଁ କିଛି ବାଟ ବାହାର କରାଯିବ।

Share