ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସକୁ ଆକ୍ରମଣ ଘଟଣାରେ ୭ ଜଣକୁ ଗିରଫ କରାଯାଇଛି। ଆଉ ୨ ପ୍ଲାଟୁନ୍‌ ବଢ଼ାଇ ଦିଆଯାଇ ମୋଟ୍‌ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି କରାଯିବା ସହ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ, ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଧାମନଗରରେ ଆଉ ୨ ପ୍ଲାଟୁନ୍‌ ଫୋର୍ସ ବଢ଼ାଇ ଦିଆଯାଇଛି ବୋଲି ଡିଆଇଜି କହିଛନ୍ତି। ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ରାସ୍ତାରେ ଯାଉଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଅଟକାଇ ପୋଲିସ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଆଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri