ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା ଲାଗି ରହିଥିଲେ ହେଁ ଧୋନୀଙ୍କ ପ୍ରତି ଥିବା ଭଲପାଇବା କମ୍ ହୋଇନାହିଁ। ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଧୋନୀ ଛକା ମାରି ୨୦୧୧ ବିଶ୍ୱକପ୍ର ସ୍ମୃତିକୁ ତାଜା କରିଛନ୍ତି।
ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ୧୩୫ରନ୍ ଟାର୍ଗେଟର ପିଛା କରିଥିଲେ ଚେନ୍ନାଇ। ଶେଷ ଓଭରରେ ୬ ବଲ୍ରେ ୩ ରନ୍ର ଆବଶ୍ୟକତା ଥିଲା। ମଇଦାନରେ ଧୋନୀଙ୍କ ସହ ରାଇଡୁ ଥିଲେ। ସିଦ୍ଧାର୍ଥ ବୋଲିଂ କରିବାକୁ ଆସିବା ପରେ ରାଇଡୁ ପ୍ରଥମ ବଲ୍ରେ କୌଣସି ରନ୍ ନେଇପାରି ନ ଥିଲେ। ପରେ ଦ୍ୱିତୀୟ ବଲ୍ରେ ଧୋନୀଙ୍କୁ ଷ୍ଟାକ୍ ମିଳିଥିଲା। ଏହା ଦେଖି ପ୍ରଶଂସକମାନେ ଧୋନୀ-ଧୋନୀ-ସିକ୍ସ-ସିକ୍ସ କହିବା ଆରମ୍ଭ କରିଥିଲେ। ଧୋନୀ ଶେଷରେ ନିଜସ୍ବ ଶୈଳୀରେ ଛକା ମାରି ଦଳକୁ ଜିତାଇଥିଲେ।
ଧୋନୀଙ୍କ ଏଭଳି କାରନାମା ପରେ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଟ୍ରେଣ୍ଡ କରିଥିଲା। ଉକ୍ତ ଛକାର ଗୋଟିଏ ନୁହେଁ ବରଂ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଦେଖନ୍ତୁ: