Categories: ଜାତୀୟ

ବଢ଼ିବ ସୋସିଆଲ ମିଡିଆ ଅଡ଼ୁଆ

ନୂଆଦିଲ୍ଲୀ, ୯ା୭:କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ଟୁଇଟର ବିରୋଧରେ ମୁଖର ଥିବାବେଳେ ତାଙ୍କ ଯୋଗୁ ଟେକ୍‌ ଫାର୍ମଗୁଡ଼ିକ ସହ ସରକାର ମୁହଁାମୁହିଁ ହୋଇଥିଲେ। ଫଳରେ ବିଦେଶରେ ମଧ୍ୟ କେନ୍ଦ୍ରର ଛବି ଖରାପ ହୋଇଛି। କାରିଗରି ଅଡ଼ୁଆର ସମାଧାନ ଦାୟିତ୍ୱ ଏବେ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଆଯାଇଛି, ଯିଏକି ଆଇଆଇଟି କାନପୁର ଏବଂ ପେନ୍‌ସିଲଭାନିଆ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଛନ୍ତି। ଅଶ୍ୱିନୀ ଜେନେରାଲ ଇଲେକ୍ଟ୍ରୋନିକ୍‌ ଆଣ୍ଡ ସିମେନ୍ସ ଭଳି ବିଶ୍ୱର ପ୍ରମୁଖ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଆଇଟି ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶ୍ୱିନୀ ମଧ୍ୟ ରବିଶଙ୍କରଙ୍କ ଭଳି ଅନୁରୂପ ଆଭିମୁଖ୍ୟ ପ୍ରଦର୍ଶନ କରିଥିବାରୁ ଟୁଇଟର ସମେତ ସୋସିଆଲ ମିଡିଆ ପ୍ଶାଟ୍‌ଫର୍ମଗୁଡ଼ିକ ବିରୋଧରେ କେନ୍ଦ୍ରର ଲଢ଼େଇ ଜାରି ରହିବ ବୋଲି ଅନୁମାନ କରାଯାଉଛି।

Share