ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ଜରୁରୀ। ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ବ୍ୟବହାର କରିବା ପିଲାମାନଙ୍କ ପାଇଁ ଭଲ ନୁହେଁ। ଏହା ସୀମିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏକ ସମ୍ମିଳନୀରେ ମସ୍କ ପିଲାମାନଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ ବିଷୟରେ କହିଥିଲେ। ସେ କହିଛନ୍ତି, ମୁଁ ସମସ୍ତ ମାତାପିତାଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖନ୍ତୁ। ପିଲାମାନେ ଏଆଇ ଆଲଗୋରିଦମ ପ୍ରତି ସମ୍ବେଦନଶୀଳ ଅଟନ୍ତି,ଯାହା ଡୋପାମାଇନ ସ୍ତରକୁ ସର୍ବାଧିକ କରି ପିଲାମାନଙ୍କ ଆଗ୍ରହ ବଢାଇବା ପାଇଁ ଡିଜାଇନ କରାଯାଇଛି। ମସ୍କ ମଧ୍ୟ ଏକ୍ସରେ ଏହି ସମ୍ମିଳନୀର ଏକ ଭିଡିଓ ଶେୟାର କରିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ,ସୋସିଆଲ ମିଡିଆର ପିଲାମାନଙ୍କ ଉପରେ ପ୍ରଭାବ ବିଷୟରେ ଏଲୋନ ମସ୍କ କିଛି କହିଛନ୍ତି। ଏହା ପୂର୍ବରୁ ଅନେକ ଥର ଫେସବୁକ ଏବଂ ଇନଷ୍ଟାଗ୍ରାମର ପିଲାମାନଙ୍କ ଉପରେ ହେଉଥିବା ପ୍ରଭାବକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।

Share