Categories: ଜାତୀୟ

ମୋଦିଙ୍କ ଅପିଲ ପରେ ଭାଜପା ନେତା ବଦଳାଇଲେ ‘ଏକ୍ସ’ ଡିପି

ନୂଆଦିଲ୍ଲୀ,୧୪।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଜପାର ୪ ବଡ ନେତାଙ୍କ ଭେରିଫିକେଶନ ଟିକ ଉଭାନ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ମନୋହର ଲାଲ ଖଟ୍ଟର। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ କ୍ରମେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ର ଡିପିରେ ତ୍ରିରଙ୍ଗା ଫଟୋ ଲଗାଇଥିଲେ। ହେଲେ ତ୍ରିରଙ୍ଗାର ଫଟୋ ଲଗାଇବା ପରେ ଏମାନଙ୍କ ଆକାଉଣ୍ଟର ଭେରିଫିକେଶନ ମାର୍କ ଗାୟବ ହୋଇଯାଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ସୋସିଆଲ ମିଡିଆରେ ଡିପି ପରିବର୍ତ୍ତନ କରି ‘ହର ଘର ତ୍ରିରଙ୍ଗା ଅଭିଯାନ’କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ‘ହର ଘର ତ୍ରିରଙ୍ଗା ଆନ୍ଦୋଳନର ଆତ୍ମା ଅନୁଯାୟୀ, ଆସନ୍ତୁ ଆମର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ଡିପି ପରିବର୍ତ୍ତନ କରିବା ଏବଂ ଦେଶ ସହ ଆମର ସମ୍ପର୍କକୁ ଆହୁରି ଦୃଢ କରିବା ତଥା ଗଭୀର କରିବା ଦିଗରେ କାର୍ଯ୍ୟ କରିବା। ଆପଣଙ୍କର ସହଯୋଗ ଦିଅନ୍ତୁ।

Share