ରାୟପୁର, ୨୮ା୧୨: ଛତିଶଗଡ଼ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଲୀନା ନାଗବଂଶୀ ମଙ୍ଗଳବାର ରାୟଗଡ଼ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଲୀନାଙ୍କ ଘରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ୍ ପାଇଁ ୨୨ ବର୍ଷୀୟା ଲୀନାଙ୍କ ମୃତଦେହକୁ ଜିଲା ହସ୍ପିଟାଲକୁ ପଠାଇ ଦିଆଯାଇଛି।