Categories: ଜାତୀୟ

ସାମାଜିକ କ୍ରାନ୍ତି ରାତିକ ମଧ୍ୟରେ ସମ୍ଭବ ନୁହେଁ, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୮।୩ : ଦେଶରେ ସାମାଜିକ କ୍ରାନ୍ତି ଗୋଟିଏ ରାତି ମଧ୍ୟରେ ସମ୍ଭବ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥି ପାଇଁ ସମୟ ଲାଗିଥାଏ। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(ଏନଡ଼ିଏ)ରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ସଂରକ୍ଷଣ ମାମଲାର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏକ୍ଷେତ୍ରରେ ସଂରକ୍ଷଣ ଲାଗି ସରକାରଙ୍କ ମନା କରିଦେଇଛନ୍ତି।

ଏହା ସହିତ ପୂର୍ବ ମହିଳା କ୍ୟାଡେଟ୍‌ଙ୍କୁ ସଶସ୍ତ୍ର ସୁରକ୍ଷାବଳରେ ସାମିଲ କରିବା ପାଇଁ ଏବଂ ନିଯୁକ୍ତି କ୍ଷେତ୍ରରେ ଅଧ୍ୟୟନ ଲାଗି ଜୁଲାଇ ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୯ରେ କରାଯିବ ବୋଲି କୋର୍ଟ କହିଛନ୍ତି।

Share