ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍‌

ଏବେ ତ ହାଇଟେକ୍‌ ଯୁଗ। ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍‌ ସହ ଜଡ଼ିତ। ସେଗୁଡ଼ିକରେ ନିଜର ଆକାଉଣ୍ଟ ଖୋଲି ସେଥିରୁ ଅନେକ କଥା ଜାଣିବା ଏବଂ ନିଜ ଅନୁଭୂତି ଏବଂ ଫଟୋଗୁଡ଼ିକୁ ସେୟାର କରିବାରେ ଅନେକ ବ୍ୟସ୍ତ। କିନ୍ତୁ ସୋସିଆଲ ସାଇଟ୍‌ ସହ ଆବଶ୍ୟକତାଠାରୁ ଅଧିକ ସମୟ ଜଡ଼ିତ ରହିଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କର ସ୍ବଭାବକୁ ପ୍ରଭାବିତ କରିଥାଏ। କିଛି କାରଣ ନ ଥାଇ ସେହି ବ୍ୟକ୍ତି ଚିଡ଼ିଚିଡ଼ା ହୋଇଯାଇଥାଆନ୍ତି ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ‘ବ୍ୟକ୍ତିଙ୍କ ମାନସିକ ସ୍ଥିତି ଏବଂ ସୋସିଆଲ ସାଇଟ୍‌’ ଶୀର୍ଷକ ବିଷୟ ଉପରେ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ସମୟ ନିଜ ନିଜ ସୋସିଆଲ ସାଇଟ୍‌ ସହ ଜଡ଼ିତ ରହୁଥିଲେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କ ସ୍ବଭାବ ଚିଡ଼ିଚିଡ଼ା ହୋଇଯାଉଥିବାର ଲକ୍ଷ୍ୟ କରାଯାଇଥିଲା। ତେବେ ନିଜନିଜ ସୋସିଆଲ ସାଇଟ୍‌ ସହ ଜଡ଼ିତ ରହୁଥିଲେ ସମୟ ଅବଧି ପ୍ରତି ନଜର ଦେବାକୁ ଉକ୍ତ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।