Advertisement

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ କଲା ପୋଲିସ

କେନ୍ଦୁଝର,୯ା୨(ସ୍ବ.ପ୍ର.): ସାମାଜିକ କର୍ମୀ ନୈନା ସାହୁଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗୁରୁବାର ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି କ୍ରାଇମ ଏହି ମାମଲାକୁ ତଦାରଖ କରୁଛନ୍ତି। ପୂର୍ବରୁ ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଗାଁ ପୋଲିସ ମାମଲା ପରିବର୍ତ୍ତନ କରି ଦଫା ୩୦୨ରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ଘଟଗାଁ ଥାନା ଅଧିକାରିଣୀ ପ୍ରତିଭା ସାହୁ କହିଛନ୍ତି। ତେବେ ଅଦ୍ୟାବଧି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନ ଥିବା କହିଛନ୍ତି।

ସୂଚନା ଯୋଗ୍ୟ, ଡିସେମ୍ବର ୨୮ରେ ଘଟଗାଁ ବାଇପାସ୍‌ ନିକଟରେ ଦୁର୍ଘଟଣାରେ ନୈନାଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଥିଲା। ପରେ ଏହା ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାକୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଗୁରୁତର ସହ ନେଇ ତଦନ୍ତକୁ ତ୍ୱରାନ୍ନିତ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share