Categories: ବାଣିଜ୍ୟ

ଅମୁଲରୁ ଇସ୍ତଫା ଦେଲେ ସୋଢ଼ି

ନୂଆଦିଲ୍ଲୀ,୧୦।୧: ଦେଶର ପ୍ରମୁଖ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦକ (ଡାଏରୀ କମ୍ପାନୀ) ଅମୂଲ ମ୍ୟାନେଜମେଣ୍ଟରୁ ଆର.ଏସ୍‌. ସୋଢ଼ି ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏପରିକି ସୋମବାର ସୋଢ଼ି ଅମୂଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଅମୁଲ ପକ୍ଷରୁ କୁହାଯାଇଛି। ବିଶେଷକରି ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେଶନ (ଜିସିଏମ୍‌ଏମ୍‌ଏଫ)ର ସିଓଓ ଜୟନ ମେହେତାଙ୍କୁ ମଧ୍ୟବର୍ତ୍ତିକାଳୀନ ଏମ୍‌ଡି ଭାବେ ବୋର୍ଡରେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୦ରୁ ସୋଢ଼ି ଅମୂଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଜଣେ ଅଭିଜ୍ଞ ଓ ଦକ୍ଷ ପରିଚାଳନା ଅଧିକାରୀ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ସୂଚନାଯୋଗ୍ୟ ୧୯୮୨ରେ ସୋଢ଼ି ଜଣେ ବରିଷ୍ଠ ସେଲ୍‌ସ ଅଧିକାରୀ ଭାବେ ଅମୂଲରେ ସାମିଲ ହୋଇଥିଲେ। ଏପରିକି ୨୦୦୦ରେ ସଂସ୍ଥାର ଜିଏମ୍‌ ଏବଂ ୨୦୧୦ରେ ସେ ଏହାର ଏମ୍‌ଡି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Share