ଭୁବନେଶ୍ୱର,୭।୪: କଂଗ୍ରେସ ବିଧାୟିକା ସୋଫିଆ ସୋମବାର ରାଜ୍ୟସଭା ଏମ୍ପି ଦେବାଶିଷଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ସୋଫିଆଙ୍କ ଉପରେ ତାତିଛନ୍ତି ଦେବାଶିଷ। ଦେବାଶିଷ ସୋଫିଆଙ୍କୁ କହିଛନ୍ତି ସୋଫିଆ ରାଜନୀତିରେ କାଲି ଜନ୍ମ ହୋଇଥିବା ମହିଳା। ତାଙ୍କ ବିଷୟରେ ଟିପ୍ପଣୀ କରି ମୁଁ ମୋ ସ୍ତର ତଳକୁ ଖସେଇବାକୁ ଚାହୁଁନି।ଓ୍ବକଫ ବିଲ ଭୋଟ ବେଳେ ଓ୍ବାକଆଉଟକୁ ନେଇ ସିଧା ଟାର୍ଗେଟ କରିଥିଲେ ସୋଫିଆ।
ସେ କହଥିଲେ, ଓ୍ବାକଆଉଟ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକଆଉଟ କରିଛନ୍ତି। ସେ ଭାଜପା ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଥିଲେ।
