‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ

କଟକ, ୧୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩ ନମ୍ବର ଓ୍ବାର୍ଡର କିଛି ପିଲାମାନେ ଏକ ବିଜୟ ରାଲି ବାହାର କରିଥିଲେ। ସେମାନେ ପ୍ଲା କାର୍ଡ ଧରି ମୋକିମ ଭାଇ, ସୋଫିଆ ଦିଦି ଜିନ୍ଦାବାଦ୍‌ ନାରା ଦେଇଥିଲେ। ଗଣମାଧ୍ୟମ ଏହାର ଏକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଭାଇରାଲ ଭିଡିଓକୁ ଏଡିଟ୍‌ କରାଯାଇ ଜାଣିଶୁଣି ଭାଇରାଲ କରାଯାଉଛି। କଟକ ଏକ ଭାଇଚାରାର ସହର। ଆମେ ଏଭଳି ନିନ୍ଦନୀୟ କାର୍ଯ୍ୟକୁ ଆଦୌ ବରଦାସ୍ତ କରିବୁ ନାହିଁ। ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରୁଳ ଏବଂ ଦୋଷୀ ଉଚିତ୍‌ ଦଣ୍ଡ ପାଉ।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ(ସିଏମସି) ଅଧୀନ ୧୩ ନମ୍ବର ଓ୍ବାର୍ଡରେ ଶନିବାର କଂଗ୍ରେସର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିଲା। ଏନେଇ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି।
ଲିଖିତ ଅଭିଯୋଗପତ୍ରରେ ଲେଖାଯାଇଛି ଯେ, ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା। ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ ସୋଫିଆ ବିଧାୟିକା ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ବହିଷ୍କାର କରିବା ପାଇଁ ଭାଜପା ଯୁବମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଲାଲବାଗ ଥାନା ସମ୍ମୁଖରେ ସୋଫିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri