ଜାପାନର ସଫ୍ଟ ବ୍ୟାଙ୍କ ଗ୍ରୁପ କର୍ପୋରେଶନ ଆସନ୍ତା ବର୍ଷ ଭାରତରେ ପ୍ରାୟ ୩୭,୨୨୫ କୋଟିରୁ ୭୪,୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସଫ୍ଟ ବ୍ୟାଙ୍କ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସର ସିଇଓ ରାଜୀବ ମିଶ୍ର କହିଛନ୍ତି, ଭାରତ ବଜାରରେ ନିବେଶର ସୁଯୋଗ ଆଧାରରେ ନିବେଶ ରାଶି ନିର୍ଭର କରିବ। ଆକର୍ଷଣୀୟ ଭାଲ୍ୟୁଏଶନର ସୁଯୋଗ ମିଳିଲେ ଭାରତରେ ୭୪,୪୫୦ କୋଟି ଟଙ୍କା ନିବେଶ କରାଯିବ। ଅଦ୍ୟାବଧି ଭାରତରେ ଯେଉଁ ନିବେଶ ହୋଇଛି ସେଥିରୁ କମ୍ପାନୀକୁ ନିରାଶାର ସାମ୍ନା କରିବାକୁ ପଡ଼ିନାହିଁ।