Categories: ଜାତୀୟ

୩୩ ମହଲାରୁ ଖସିପଡ଼ିଲେ ସଫ୍ଟଓ୍ବେର ଇଞ୍ଜିନିୟର

ବେଙ୍ଗାଲୁରୁ,୩୧ା୧୨: ବେଙ୍ଗାଲୁରୁର କେଆର୍‌ ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଖସିପଡ଼ି ପ୍ରାଣ ହରାଇଛନ୍ତି।

ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ଦିବ୍ୟାଂଶୁ ଶର୍ମା ସିଗାରେଟ୍‌ ପାଉଁଶ ତଳକୁ ପକାଇବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ସେ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିଲେ। ଦିବ୍ୟାଂଶୁଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ସେ କେଆର୍‌ ପୁରାର କୋଡିଗେହଲ୍ଲିରେ ରହୁଥିଲେ।

ତାଙ୍କ ବାପା ବାୟୁସେନାର ଜଣେ ଅବସରପ୍ରାପ୍ତ କର୍ମଚାରୀ। ଦିବ୍ୟାଂଶୁ ଓ ତାଙ୍କର ୩ ଜଣ ସାଙ୍ଗ ବନ୍ଧୁ ମୋନିକାଙ୍କ ଫ୍ଲାଟ୍‌କୁ ଯାଇଥିଲେ। ଫ୍ଲାଟ୍‌ରେ ନୂଆବର୍ଷ ପାଇଁ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣା ଘଟିଛି।

Share