Categories: ବାଣିଜ୍ୟ

ଛାତ୍ରୀଛାତ୍ରଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଶିକ୍ଷା

ଭୁବନେଶ୍ୱର,୨।୧୧: ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏମ୍‌ବିଏ ଓ ଏମ୍‌ସିଏ ପାଠ୍ୟକ୍ରମର ଛାତ୍ରୀଛାତ୍ରମାନଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଅଧିକ ଜ୍ଞାନଦେବା ଉଦ୍ଦେଶ୍ୟରେ ସଫ୍ଟୱେର୍‌ କନ୍‌ସଲ୍ଟାନ୍ସି କମ୍ପାନୀ କୋସେଣ୍ଟ ଏବଂ ଓଡିଟେକ୍‌ ସଲ୍ୟୁଶନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଡିନ୍‌ ଡ. ମୁନ ମହାନ୍ତି, କୋସେଣ୍ଟ ପକ୍ଷରୁ କମ୍ପାନୀର ସିଇଓ ତଥା ଡିଜିଟାଲ ଷ୍ଟ୍ରାଟେଜିଷ୍ଟ ଶାଶ୍ୱତ ପଣ୍ଡା ଓ ଓଡିଟେକ୍‌ ସଲ୍ୟୁଶନ୍ସ କମ୍ପାନୀର ସିଇଓ ଅବିନାଶ ଘୋଷ ହସ୍ତାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ରରେ ବୌଦ୍ଧିକ ସମ୍ପଦର ମିଳିତ ଉପଯୋଗ, ପାଠ୍ୟଖସଡ଼ା ପ୍ରସ୍ତୁତି ଓ ଉନ୍ନତୀକରଣ, ଇଣ୍ଡଷ୍ଟ୍ରିଆଲ ରିସଚ୍ଚର୍ର୍ ପାଇଁ ମାର୍ଗ ଅଧିକ ପ୍ରଶସ୍ତ ହେବ। କୋସେଣ୍ଟ ପକ୍ଷରୁ ମୁଖ୍ୟ ବିତ୍ତ ଅଧିକାରୀ ଅରବିନ୍ଦ ପାଢ଼ୀ, ଓଡିଟେକ୍‌ ସଲ୍ୟୁଶନ୍ସ ପକ୍ଷରୁୁ ମାନବ ସମ୍ବଳ ଅଧିକାରୀ ଲିପ୍ସା ମହାନ୍ତି ଏବଂ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏମ୍‌ସିଏ ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ ମିଶ୍ର ଓ ପ୍ଲେସ୍‌ମେଣ୍ଟ ଦାୟିତ୍ୱରେ ଥିବା ପ୍ରଫେସର ଦେବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Share