ଅଳକା ଖନନ ଠିକ୍‌ ଭାବେ ହୋଇ ପାରିନାହିଁ: ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୨୩ା୮(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଏକଦା ଲାଇଫଲାଇନ୍‌ କୁହାଯାଉଥିବା ଅଳକା ନଦୀ ଆଜି ମୃତପ୍ରାୟ। ଏହି ନଦୀର ଅନେକ ସ୍ଥାନ ଜବରଦଖଲରେ ଅଛି। ଏହାକୁ ନେଇ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଚିନ୍ତାପ୍ରକଟ କରିଛନ୍ତି। ଏହି ନଦୀକୁ ଜମି ମାଫିଆ ଏବଂ ତତ୍କାଳୀନ ସରକାରଙ୍କ କିଛି ଅସାଧୁ ଅଧିକାରୀ ମିଳିମିଶି କିପରି ଗୋଳମାଳ କରିଛନ୍ତି ସେ ପ୍ରସଙ୍ଗ ଉଠାଇ ଏହାର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେବେ ତା’ଉପରେ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ଗୁରୁବାର ଏହାର ଉତ୍ତର ମିଳିଛି। ଉତ୍ତରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଳକା ଠିକ୍‌ ଭାବେ ଖନନ ହୋଇପାରି ନ ଥିବା ସ୍ବୀକାର କରିଛନ୍ତି। ସେ ଦର୍ଶାଇଛନ୍ତି, ଏହି ବିଭାଗ ଦ୍ୱାରା ଅଳକା ନଦୀର ଉନ୍ନତୀକରଣ ପାଇଁ ୨୦୨୩ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ମାଫିଆମାନଙ୍କଠାରୁ ଅଳକା ନଦୀକୁ ଅବରୋଧମୁକ୍ତ କରିବା ପାଇଁ ଜଗତ୍‌ସିଂହପୁର ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ଏହାପରେ ଆର୍‌ଆଇ ଓ ଅମିନମାନଙ୍କ ଦ୍ୱାରା ମାପ ହୋଇଥିଲା ଏବଂ ପରେ ତହସିଲଦାରଙ୍କ ପରାମର୍ଶକ୍ରମେ ଖନନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁମୋଦିତ ନକ୍ସା ଦ୍ୱାରା ନିର୍ଦ୍ଧାରିତ ପ୍ରସ୍ଥ ଅନୁସାରେ ଅଳକା ଖନନ କାର୍ଯ୍ୟ ହୋଇପାରି ନ ଥିଲା। ତେବେ ଜିଲା ପ୍ରଶାସନ ଉଦ୍ୟମରେ ଅଳକା ନଦୀକୁ ପୂର୍ଣ୍ଣ ଅବରୋଧମୁକ୍ତ କରାଗଲେ ଏହାର ପୁନରୁଦ୍ଧାର ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ଦେବୀ ନଦୀ ଉପରେ ଚାଲିଥିବା ବାଲିଘାଟ ଓ ବାଲି ଚୋରା ଚାଲାଣକୁ ନେଇ ବିଧାୟକ ଦାସ କେତୋଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି ଯେ, ଏହି ନଦୀ ଉପରେ ସରକାରଙ୍କ ତରଫରୁ ମୋଟ ୧୧ଟି ସରକାରୀ ବାଲିଘାଟ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ବାଲି ଚୋରା ଚାଲାଣ ରୋକିବା ପାଇଁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୪୨,୧୩,୪୦୬ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ୨ଟି ପୋଲିସ ମୋକଦ୍ଦମା ରୁଜୁ ହୋଇପାରିଛି। ତେବେ ବାଲି ଘାଟଠାରୁ ନିକଟସ୍ଥ ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ମାଇନିଂ ପ୍ଲାନ ଅନୁସାରେ ଆପ୍ରୋଚ ରୋଡର ପ୍ରାବଧାନ ରହିଛି। ଉଚ୍ଚ ନ୍ୟାୟାଳୟରେ ରୁଜୁ ଡବ୍ଲ୍ୟୁପିସି (ନଂ. ୬୩୭୫/୨୦୨୩) ଉପରେ ବିଚାରପତି ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବାଲି ଗାଡି ରାତି ୯ଟାରୁ ସକାଳ ୭ଟା ଭିତରେ ଚାଲିପାରିବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜିଲାରେ ବେଫିକର ଭାବେ ଦିନ, ରାତି ବାଲି ଚୋରା ଚାଲାଣ ଚାଲିଛି। ବାଲିମାଫିଆ, ଖଣି ବିଭାଗର ଅଧିକାରୀ, ପୋଲିସ ଓ ତହସିଲଦାରଙ୍କ ସଲାସୁତୁରାରେ ଏଭଳି ଚାଲିଥିଲେ ସୁଦ୍ଧା ଅଭିଯୋଗ କଲେ ବି କିଛି ଫଳ ମିଳୁନି। ଏଥିଯୋଗୁ କେବଳ ରାସ୍ତା ଖରାପ ହେଉନି ବରଂ ପ୍ରତ୍ୟହ ଦୁର୍ଘଟଣା ଯୋଗୁ ଅନେକ ଆହତ ହେଉଛନ୍ତି। ମାଫିଆମାନଙ୍କ ଦୌରାତ୍ମ୍ୟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ତେଣୁ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। ନଚେତ ବାଲି ମାଫିଆମାନେ ଅଧିକ ସକ୍ରିୟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ

ରାଉରକେଲା,୩।୧୧: ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଉରକେଲା ସହରରେ ଜଣେ ନାବାଳକ ନିଜର ସାନ ଭଉଣୀକୁ ବଳାତ୍କାର କରିଥିବା ଅଭିଯୋଗ ହେଉଛି। ଏହି ଘଟଣା ସାମ୍ନାକୁ ଆସିଥିଲା...

ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା

ଡେଲାଙ୍ଗ,୩ା୧୧: ପୁରୀ ଜିଲା ଡେଲାଙ୍ଗ ହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପନିପରିବା ଦୋକାନ ଓ ସାମଗ୍ରୀ ପୋଡ଼ିଯାଇଛି। ଏଥିରେ ପରିବା ବ୍ୟବସାୟୀ ପ୍ରଦୀପ ସ୍ବାଇଁ,...

ଲକ୍ଷ୍ମୀ ବସ୍‌ ଡ୍ରାଇଭର,କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗରର ମହୁଲିଆ ପଞ୍ଚାୟତର କଣି ଛକରେ ଦୁର୍ଘଟଣାକୁ ନେଇ ଲକ୍ଷ୍ମୀ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ...

ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା

ଭୁବନେଶ୍ୱର,୩ା୧୧: ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା ବୋଲି ରବିବାର କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଭାଜପା କହୁଛି ବିଜେଡିରୁ ୪୦ ପଳେଇ ଆସିବେ, ବିଜେଡି...

‘ମୁନ୍ନା ଖାଁ ଦିନରେ ସ୍ବପ୍ନରେ ଦେଖୁଛନ୍ତି, ଆଗାମୀ ଦଶନ୍ଧି ଯାଏ କ୍ଷମତାକୁ ଆସିବନି ବିଜେଡି’

ଭୁବନେଶ୍ୱର,୩ା୧୧: ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା...

ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା

ପୁରୀ,୩।୧୧(ଅଜିତ କୁମାର ମହାନ୍ତି):ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ଥିବା ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରଣ ହେବା ସହ ଏ ନେଇ ଏଏସଆଇ ଅବଗତ ଥିଲେ...

ବଜାର ଯାଉଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ବୋଲୋରୋ

ଅମରପାଲି,୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଛକଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ...

ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଭଦ୍ରକ/ବାସୁଦେବପୁର, ୩।୧୧(ସନାତନ ରାଉତ) (ନାରାୟଣ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଇଁଥଖୋଲା ନିକଟରେ ଶନିବାର ରାତିରେ ଗୁଳି କାଣ୍ଡ ହୋଇଛି। ଗୁଳିମାଡ଼ରେ ଜଣେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri