ଭଦ୍ରକ ଅଫିସ,୧୫।୮(ଡି.ଏନ୍.ଏ.): ଭଦ୍ରକ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ କଲେଜ ପଡ଼ିଆରେ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ସେ ତାଙ୍କ ଅଭିଭାଷଣ ରଖି କହିଛନ୍ତି, ବଳିଦାନର ମାଟି ଭଦ୍ରକ ଜିଲା। ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଅତୁଳନୀୟ। ଏହି ଅବସରରେ ୮ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପିଡି ମଧୁସୂଦନ ମିଶ୍ର, ଏସ୍ପି ରାଜେଶ ପଣ୍ଡିତ ସମେତ ସୀମିତ ଅଧିକାରୀ ଉପସ୍ଥିତ ଥିଲେ।