Categories: ଜାତୀୟ

ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ମାପିଲା ମାଟିର ତାପମାତ୍ରା: ଗ୍ରାଫ୍‌ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୮୭।୮: ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ବିଷୟରେ ସୂଚନା ଦେବା ଆରମ୍ଭ କରିଛି। ବିକ୍ରମ ଲ୍ୟାଣ୍ଡର୍‌ ଏବଂ ରୋଭର ପ୍ରଜ୍ଞାନ ଉପରେ ଥିବା ସମସ୍ତ ଯନ୍ତ୍ରଗୁଡ଼ିକ ସଠିକ ଭାବରେ କାମ କରୁଛି। ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଚିହ୍ନଟ କରିଛି। ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏନେଇ ଏକ୍ସରେ ସୂଚନା ଦେଇଛି। ଇସ୍ରୋ କହିଛି ଯେ, ଚନ୍ଦ୍ର ପୃଷ୍ଠର ତାପମାତ୍ରା ଜାଣିବା ପାଇଁ ଲ୍ୟାଣ୍ଡର୍‌ ବିକ୍ରମ ଉପରେ ଚନ୍ଦ୍ର ସର୍ଫେସ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ (ChaSTE) ପେଲୋଡରୁ ପ୍ରଥମ ଅବଲୋକନ (ପର୍ଯ୍ୟବେକ୍ଷଣ) କରାଯାଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି। ଇସ୍ରୋ ଏହାର ଏକ ଗ୍ରାଫ ମଧ୍ୟ ଶେୟାର୍‌ କରିଛି। ଏଥିରେ ୧୦ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଗ୍ରାଫରେ ଥିବା ତାପମାତ୍ରା -୧୦ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

Share