କାମରେ ଲାଗୁନି ସୋଲାର ପାନୀୟ ଜଳ ପ୍ରକଳ୍ପ

ଚନ୍ଦାହାଣ୍ଡି, ୨୩ା୬(ଡି.ଏନ୍‌.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆଜକୁ ଏକ ବର୍ଷ ହେବ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ନ ପାଇ ଡହଳବିକଳ ହେଉଛନ୍ତି। ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀ, ରାଜନେତାଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ଏକ ବର୍ଷ ହେବ ବିଶୁଦ୍ଧ ପାନୀୟ ଜଳ ନ ପାଇ ହଇରାଣ ହେଉଛନ୍ତି ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ସାଲେଟା ତଳସାହି ବାସିନ୍ଦା।
ଅନୁଯାୟୀ ବେହେରାମୁଣ୍ଡା ପଞ୍ଚାୟତ ଅଧୀନ ସାଲେଭଟା ତଳ ସାହିରେ ସରକାରଙ୍କ ପକ୍ଷରୁ ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିନିମନ୍ତେ ୧୦ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ସହ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଇଥିଲା। ଉକ୍ତ ବସ୍ତିରେ ଥିବା ନଳକୂପରେ ମଟର ଲଗାଇ ସୋଲାର ମାଧ୍ୟମରେ ପାଣି ଉଠାଇ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ପାଣି ଯୋଗାଇ ଦେବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ମଟର ଖରାପ ହେବା ପରେ ଏହାକୁ ମରାମତି କରାଯାଉ ନ ଥିବା ଗ୍ରାମବାସୀ ପ୍ରକାଶ କହିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଯୋଗେ ପାଣି ପାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ସହଦେବ ବାଘ, ଦୁର୍ଜନ ବାଘ, କୁମର ବାଘ, ନିତ୍ୟାନନ୍ଦ ନାୟକ, ଦୁର୍ଯ୍ୟୋଧନ ନାୟକ, ଅରକ୍ଷିତ ବାଘ, ଅଭିରାମ ବାଘ, ପ୍ରକାଶ ବାଘ ପ୍ରମୁଖ ଦାବି କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ: ସିରାଜ ସଭାପତି, ତପନ ସମ୍ପାଦକ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ଓଲଟିଲା ବସ: ଜଣେ ମୃତ, ୧୦ ଆହତ

ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍‌ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image