ନୂଆଦିଲ୍ଲୀ, ୧୨।୧୨: ଡିସେମ୍ବର ୧୪ରେ ଅମାବାସ୍ୟା ତିଥିରେ ରାତିରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ହେବାକୁ ଯାଉଛି । ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରରେ ଏହି ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ ସମ୍ପନ୍ନ ହେବ। ଏହା ଭାରତରେ ଦେଖାଯିବ ନାହିଁ। ତେଣୁ ଭାରତରେ ସୂତକ ନୀତି ପାଳନ କରାଯିବ ନାହିଁ। ସୂର୍ଯ୍ୟପରାଗ ସା ୭ ଟା ୩ ମିନିଟରେ ଆରମ୍ଭ ହୋଇ ମଧ୍ୟ ରାତ୍ର୧୨ ଟା ୨୩ରେ ମୋକ୍ଷ ହେବ। ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳ, ଦକ୍ଷିଣ ଆମେରିକା ଆଦି ସ୍ଥାନରେ ଏହା ଦୃଶ୍ୟମାନ ହେବ। ତେବେ ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ୧୨ ରାଶି ଉପରେ ପଡିବ।
ସୂର୍ଯ୍ୟପ ପରାଗର ଶୁଭ ପ୍ରଭାବ କର୍କଟ, ତୁଳା, ଧନୁ ଏବଂ କୁମ୍ଭ ଆଦି ୪ ରାଶି ଉପରେ ଅନୁଭୁତ ହେବ। ଅପରପକ୍ଷରେ ଅନ୍ୟ ରାଶିଙ୍କ କ୍ଷେତ୍ରରେ କେତେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ପରାଗ ସମୟରେ ମାତା ଦୁର୍ଗାଙ୍କର ମନ୍ତ୍ର ଜପ କରିବା ସହିତ ଗଣେଶଙ୍କୁ ଲାଲ ସିନ୍ଦୂର ଲାଗି କଲେ ସୁଫଳ ମିଳିବ ବୋଲି କାଶୀର ଜ୍ୟୋତିଷ ପଣ୍ଡିତ ଶ୍ରୀଗଣେଶ ମତପୋଷଣ କରିଛନ୍ତି।