Categories: ଜାତୀୟ

ଜାନୁୟାରୀ ୬ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ

ନୂଆଦିଲ୍ଲୀ,୨୪ା୧୨: ଭାରତର ସୌର ଯାନ ଆଦିତ୍ୟ-ଏଲ୍‌୧ ଜାନୁୟାରୀ ୬ରେ ଲକ୍ଷ୍ୟସ୍ଥଳ ଲାଗ୍ରାଙ୍ଗିଆନ୍‌ ପଏଣ୍ଟ (ଏଲ୍‌୧)ରେ ପହଞ୍ଚିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌. ସୋମନାଥ ସୋମବାର କହିଛନ୍ତି। ଏହି ସ୍ଥାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ, ଯେଉଁଠୁ ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କ ବାହ୍ୟ ପରିବେଶ ଉପରେ ଅଧ୍ୟୟନ କରିବାକୁ ସମର୍ଥ ହେବ। ଜାନୁୟାରୀ ୬ ତାରିଖର କେଉଁ ସମୟରେ ଆଦିତ୍ୟ-ଏଲ୍‌୧ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ତାହା ଜଣାଇ ଦିଆଯିବ ବୋଲି ସୋମନାଥ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ସେଠାରେ ପହିତ୍ବା ପରେ ଇସ୍ରୋ ପକ୍ଷରୁ ଆଉ ଏକ ଇଞ୍ଜିନ୍‌ ଫାୟାର କରାଯିବ। ଯାହା ଫଳରେ ମହାକାଶ ଯାନ ଆଉ ଆଗକୁ ନ ବଢ଼ି ସେହିଠାରେ ରହି ଉକ୍ତ ପଏଣ୍ଟକୁ ପରିକ୍ରମା କରିବ।

Share