ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ବିଦ୍ୟୁତ୍‌ ଯୋଗାଇବା ସହିତ ସ୍ପେସ୍‌ ଷ୍ଟେଶନର ବିଭିନ୍ନ କାମରେ ସହାୟତା କରିବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଶେନ୍‌ କିମ୍‌ବ୍ରୋ ଏବଂ ୟୁରୋପୀୟ ସ୍ପେସ୍‌ ଏଜେନ୍ସି(ଇଏସ୍‌ଏ)ର ଥୋମାସ୍‌ ପେସ୍‌କ୍ୱୁଏଟ ଚଳିତବର୍ଷ ସେମାନଙ୍କ ୮ମ ସ୍ପେସ୍‌ଓ୍ବାକ୍‌ରେ ବାହାରି ସଫଳତାର ସହ ଷ୍ଟେଶନର ବ୍ୟାକ୍‌ବୋନ୍‌ ଟ୍ରସ୍‌ ଷ୍ଟ୍ରକଚର (ପି୬)ର ବାମ ପାର୍ଶ୍ୱରେ ସୋଲାର ଆରେ ଇନ୍‌ଷ୍ଟଲ କରିଛନ୍ତି। ଏହି ସୋଲାର ଆରେ ଚଳିତ ମାସରେ ସ୍ପେସ୍‌ଏକ୍ସର ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଦ୍ୱାରା ଆଇଏସ୍‌ଏସ୍‌କୁ ପଠାଯାଇଥିଲା।

Share