Categories: ଫୁରସତ

ଏକେ-୪୭ରୁ ନିଜ ଉପରେ ଫାୟାରିଂ କରି ଦାନ୍ତରେ ଗୁଳି ରୋକି ଦେଲେ, ଚମକାଇବ ଯବାନଙ୍କ ଏହି ଲୋମ ଟାଙ୍କୁରା ଭିଡିଓ…

ନିଜର ଗୁଳିଭର୍ତ୍ତି ଏକେ-୪୭ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ। ହେଲେ ତାଙ୍କର କ୍ଷତି ହେବା ତ ଦୂରର କଥା ସାମାନ୍ୟ ଆଘାତ ଟିକିଏ ବି ହେଲା ନାହିଁ। କାରଣ ସେ ସମସ୍ତଙ୍କୁ ଚକିତ କରି ଗୁଳିଟିକୁ ନିଜ ଦାନ୍ତ ମଝିରେ ରୋକି ଦିଅନ୍ତି। ଏଭଳି ଏକ ଅବିଶ୍ୱାସନୀୟ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ତିରିଶ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଆଫ୍ରିକୀୟ ଯବାନ ହାତରେ ବନ୍ଧୁକ ଧରିଛନ୍ତି। ତାଙ୍କ ପାଖରେ କିଛି ଲୋକ ମଧ୍ୟ ଅଛନ୍ତି। ଠିକ୍‌ ସେତିକି ବେଳେ ଯବାନଜଣଙ୍କ ପାଟି ଖୋଲି ବନ୍ଧୁକକୁ ନିଜ ଆଡ଼କୁ କରି ଗୁଳି ଚଳାଉଛନ୍ତି। ଶବ୍ଦ ଶୁଣି ଲାଗେ ଯେପରି ତାଙ୍କର ମୃତ୍ୟୁ ହୋଇଯିବ। ହେଲେ ପର ସେକେଣ୍ଡରେ ସେ ତାଙ୍କ ମୁହଁରୁ ଗୁଳିକୁ ବାହାର କରୁଥିବା ଦେଖାଯାଉଛି। କାରଣ ସେ ଦାନ୍ତରେ ତାକୁ ରୋକିବାରେ ସଫଳ ହେଉଛନ୍ତି। ତାଙ୍କର ଏଭଳି କାରନାମା ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ଲୋକ ମଧ୍ୟ ଚକିତ ହେଉଛନ୍ତି।

ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯବାନଙ୍କର ଭିଡିଓକୁ ଶେୟାର କରାଯାଉଛି। ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିବା ବେଳେ ଏହାକୁ କେହି ବିଶ୍ୱାସ କରିପାରୁ ନଥିବା ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

Share