ନୂଆଦିଲ୍ଲୀ, ୮ା୪- ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ। ସିଆରପିଏଫ୍ର କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନ୍ହାସଙ୍କୁ ୧୦୦ରୁ ଅଧିକ ଘଣ୍ଟା ପରେ ମୁକ୍ତ କରିଛନ୍ତି ମାଓବାଦୀମାନେ। ଏ ନେଇ ରାଜ୍ୟ ସରକାର ଗୁରୁବାର ପ୍ରକାଶ କରିଛନ୍ତି।
ଗତ ଶନିବାର ଛତିଶଗଡ଼ ବସ୍ତର ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା ବଳ ମୁହଁାମୁହିଁ ହୋଇଥିଲେ। ଏହି ଆକ୍ରମଣରେ ଶହୀଦ ହୋଇଥିଲେ ୨୨ ଜଣ ଯବାନ। ଏଠାରୁ ରାକେଶ୍ୱରଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀମାନେ। ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁହାରି କରିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ମଧ୍ୟସ୍ଥିଙ୍କ ନାମ ପ୍ରକାଶ କରାଯିବା ପରେ ହିଁ ଯବାନଙ୍କୁ ଛଡ଼ାଯିବ ବୋଲି କହିଥିଲେ ମାଓବାଦୀମାନେ।