ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କ ଚାଲିଗଲା ଜୀବନ

ଜେରୁଜେଲମ,,୩।୧୧: ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ସୈନିକ ପ୍ରାଣ ହରାଇଛନ୍ତି। ଭାରତରେ ଇସ୍ରାଏଲର ମହାବାଣିଜି୍ୟକ ଦୂତ ଜେନେରାଲ କୋବି ଶୋଶାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଜା ଅଞ୍ଚଳରେ ଜଣେ ଭାରତୀୟ ବଂଶୋଦ୍ଭବ ସୈନିକଙ୍କର ମୃତ୍ୟୁ ହୋଇଛି। ହେଲେଲ ସୋଲେମାନ ନାମକ ଏହି ସୈନିକଙ୍କ ବୟସ ମାତ୍ର ୨୦ ବର୍ଷ। ହମାସ ସହ ଯୁଦ୍ଧ ବେଳେ ୧୭ ଇସ୍ରାଏଲ ସୈନିକଙ୍କ ମୃତ୍ୟୁହୋଇଥିଲା। ଏଥିରେ ହେଲେଲ ସୋଲେମାନ ଥିଲେ। ସେ ଇସ୍ରାଏଲ ସେନାରେ ଷ୍ଟାଫ ସର୍ଜେଣ୍ଟ ଭାବେ କାମ କରୁଥିଲେ। ସେ ଇସ୍ରାଏଲର ଡିମୋନା ସହରର ବାସିନ୍ଦା ଥିଲେ।

Share