Categories: ଜାତୀୟ

କୋଭିଡ କାର୍ଯ୍ୟରେ ମୃତ୍ୟୁ ହେଲେ ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା ସହ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୧।୭: କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧାଙ୍କ ନାଁରେ ସାମିଲ ଅଛନ୍ତି ଯବାନ। ଏମାନଙ୍କର ଯଦି କୋଭିଡ-୧୯ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁ ହେଲା ତେବେ ସେମାନଙ୍କୁ ଶହୀଦ ଘୋଷଣା କରିବାକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏବେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଏହାସହ ଏମାନଙ୍କ ପରିବାର ସଦସ୍ୟଙ୍କୁ ରାଜକୋଷରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ତେବେ ୨୦୧୭ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଦେଶରେ ଆରମ୍ଭ କରାଯାଇଥିବା ବୀର କୋଷରୁ ଏହି ପାଣ୍ଠି କରୋନା ଯୋଙ୍କାରେ ଶହୀଦ ଘୋଷିତ ହୋଇଥିବା ପରିବାର ସଦସ୍ୟଙ୍କୁ ଦିଆଯିବ। ଏହାକୁ ନେଇ ଏକ ଓ୍ବେବ ପୋଟାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି କେହି ଚାହିଁଲେ ଏହି ପୋର୍ଟାଲ ମାଧ୍ୟମରେ ଦାନ ମଧ୍ୟ କରିପାରିବେ। ହିନ୍ଦୁସ୍ତାନ ଟାଇମ୍ସର ଏକ ଖବରରୁ ଜଣାପଡିଛି କି ଜଣେ ଅଧିକାରୀଙ୍କ କହିବା କଥା ହେଲା ଏହି କରୋନା ଯୋଦ୍ଧାଙ୍କୁ ଶହୀଦ ମାନ୍ୟତା ଦିଆଗଲେ ଏହା ତାଙ୍କ ପରିବାରକୁ ସହାୟକ ହେବ। ସୂଚନାଯୋଗ୍ୟ, ଦେଶରେ ଏବେ ପାଖାପାଖି ୮,୧୧୩ ଯବାନ କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୪,୫୧୨ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ୩,୫୬୨ ଜଣଙ୍କ ଚିକିତ୍ସା ଚାଲିଛି। ଏହାସହ ଏବେସୁଦ୍ଧା ୩୯ କରୋନା ସେନାଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।

Share