ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ସଲିଟେୟାର’ର ଆନୁଷ୍ଠାନିକ ଉନ୍ମୋଚନ (ଅନାବରଣ) ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହର୍ଷପ୍ରିୟା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକାରିୱାଲ,ହର୍ଷ ଟେକାରିଓ୍ବାଲଙ୍କ ସମେତ ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ, ଅମିତ କୁମାର ଶତପଥୀ, ସୁବାସ ମିଶ୍ର ଏବଂ ନିରଜ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ହର୍ଷପ୍ରିୟା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକାରିୱାଲ କହିଛନ୍ତି, ଭୁବନେଶ୍ୱରରେ ବିଳାସ ଓ ଉଦ୍ଭାବନର ପ୍ରକୃତ ପ୍ରତିଫଳନ ସଲିଟେୟାରକୁ ଉପସ୍ଥାପିତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସଲିଟେୟାର ସହିତ ଆମର ଲକ୍ଷ୍ୟ କେବଳ ପୂରଣ କରିବା ନୁହେଁ ବରଂ ସମକାଳୀନ ଘରମାଲିକଙ୍କ ଆଶାକୁ ପୂରଣ କରିବା ସହ ସେମାନଙ୍କୁ ଆରାମ, ସୁନ୍ଦରତା ଏବଂ ଅତ୍ୟାଧୁନିକ ସୁବିଧାର ମିଶ୍ରଣ ପ୍ରଦାନ କରିବାକୁ ପ୍ରୟାସ ରହିଛି। ଏହି ପ୍ରକଳ୍ପରେ ଏକ ୨୧ମହଲା ବିଶିଷ୍ଟ ହାଇରାଇଜ୍‌ ଟାୱାର ରହିଛି, ଯେଉଁଥିରେ ଅତ୍ୟାବଶ୍ୟକ କମର୍ସିଆଲ ଏରିଆ ସହିତ ୧୯୨ଟି ଆବାସିକ ୟୁନିଟ୍‌ ରହିଛି। ଏଥିରେ ସବୁ ସ୍ଥାୟୀ ଏବଂ ଆଧୁନିକ ସ୍ଥାପତ୍ୟ ଦୃଷ୍ଟିକୋଣ ସହିତ ଡିଜାଇନ୍‌ କରାଯାଇଛି। ଖଣ୍ଡଗିରି ଛକ ନିକଟରେ ଅବସ୍ଥିତ ସଲିଟେୟାର ଏକ ଶାନ୍ତ ଜୀବନଯାପନ ସ୍ଥାନର ସୁବିଧା ଉପଲବ୍ଧ କରାଇବ। ସେହିଭଳି ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ କହିଥିଲେ, ସଲିଟେୟାର ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକା ହୋଇଥିଲାବେଳେ ପ୍ରକଳ୍ପର ଡୁଆଲ ବେସ୍‌ମେଣ୍ଟ ପାର୍କିଂ ସହିତ ପରିବେଶ ଅନୁକୂଳ ନିର୍ମାଣ ଏବଂ ଜୀବନଧାରଣ ଅନୁଭୂତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ଅନେକ ସୁବିଧା ସୁଯୋଗ ଉପଲବ୍ଧ। ଏପରିକି ଉଦ୍ୟାନଠାରୁ ଆରମ୍ଭକରି ଉନ୍ନତ ସୁରକ୍ଷା ବ୍ୟବସ୍ଥାର ଡିଜାଇନ ଗ୍ରାହକଙ୍କ ଆବଶ୍ୟକ ଏବଂ ପରିବେଶ ସହ ସମନ୍ବୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

ଧନୀ କରିଦେବ ଏହି ସରକାରୀ ଯୋଜନା, ମାତ୍ର ଏତିକି ଟଙ୍କା ଜମା କଲେ ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୨୯।୩: ଯେତେବେଳେ ସଞ୍ଚୟ କରିବା କଥା ଆସେ, ଲୋକମାନେ ପ୍ରାୟତଃ ଏପରି ସ୍ଥାନରେ ସେମାନଙ୍କର ଟଙ୍କା ନିବେଶ କରନ୍ତି ଯେଉଁଠାରେ ସେମାନେ ଭଲ ଲାଭ ପାଇପାରିବେ।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌

ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ କ୍ଲାସିକ୍‌ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି।...

ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି।...

ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର...

Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ...

ନିଶାନ ବି-ଏମ୍‌ପିଭିର ଅନାବରଣ

ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍‌ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର...

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image