ବଲିଉଡ୍ର ଜଣାଶୁଣା ଅଭିନେତା ସଲ୍ମାନ ଖାନ୍ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ଏପରିକି ସଲ୍ମାନ ଥରେ କାଟ୍ରିନାଙ୍କୁ ପ୍ରପୋଜ୍ କରିଥିଲେ, ମାତ୍ର କାଟ୍ରିନାଙ୍କ ପ୍ରତିକ୍ରିୟା ତାଚ୍ଛଲ୍ୟପୂର୍ଣ୍ଣ ଥିଲା।
ଇତିମଧ୍ୟରେ ଦୀର୍ଘ ସମୟ ବିତିସାରିଛି। ସଲ୍ମାନ କାଟ୍ରିନାଙ୍କୁ ପ୍ରପୋଜ୍ କରି କହିଥିଲେ ଯେ, ମୋର ବିବାହ ବୟସ ହୋଇ ସାରିଛି। ତୁମେ ମୋର ପସନ୍ଦ, ତୁମେ ମୋତେ ବିବାହ କରିବାକୁ ଚାହୁଁଛ? ପରେ କାଟ୍ରିନା ଜୋରରେ ହସୁଛନ୍ତି। ସଲ୍ମାନଙ୍କ ଫ୍ୟାନ୍ଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ପୁରୁଣା ଭିଡିଓରେ କାଟ୍ରିନା ତାଙ୍କୁ ଉପହାସ କରୁଥିବା ନଜରକୁ ଆସିଛି। ଏହି ପୁରୁଣା ଭିଡିଓକୁ ୮୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି।