କାର୍‌ ବୋମା ବିସ୍ଫୋରଣ: ୯ ମୃତ

ମୋଗାଦିଶୁ,୪।୧: ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ବୁଧବାର ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
ସ୍ଥାନୀୟ ସୁରକ୍ଷା ଅଧିକାରୀ ଅବଦୁଲ୍ଲାହୀ ଆଦାନ କହିଛନ୍ତି, ଆତଙ୍କବାଦୀମାନେ ଆଜି ସକାଳେ ବିସ୍ଫୋରକ ବୋଝେଇ ଗାଡି ସହିତ ମହାସ ସହର ଉପରେ ଆକ୍ରମଣ କରିଥିଲେ। ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲେ। ଦୁଇଟି କାର ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ସାଧାରଣ ନାଗରିକ।
ଆତଙ୍କବାଦୀ ସଂଗଠନ ଅଲ-ଶବାବର ଜିହାଦୀ ଯୋଦ୍ଧାମାନେ ଏହି ଆକ୍ରମଣ କରିଥିଲେ। କେନ୍ଦ୍ରୀୟ ସୋମାଲିଆର ହିରାନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା।

Share