ସୋମାଲିଆ ରାଜଧାନୀ ମୋଗାଦିଶୁରେ ଭାରତର ମୁମ୍ବାଇ ଭଳି ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ସହ ଜଡ଼ିତ ଅଲ୍-ଶବାବର କିଛି ଆତଙ୍କବାଦୀମାନେ ଶନିବାର ମୋଗାଦିଶୁରେ ଥିବା ଏକ ହୋଟେଲ ହୟାତରେ ପଶି ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି। ହୋଟେଲ ଭିତରେ ଆତଙ୍କବାଦୀମାନେ ଗୁଳିକାଣ୍ଡ ଘଟାଇବା ସହ କାର ବୋମା ବିସ୍ଫୋରଣ ମଧ୍ୟ କରିଥିବା ଜଣାପଡ଼ିଛି। ଏଥିରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଅଲ୍-ଶବାବ।