Categories: ବାଣିଜ୍ୟ

ସୋମାନୀର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର, ୫।୯: ସୋମାନୀ ସେରାମିକ୍ସ ଲିମିଟେଡ଼ (ଏସସିଏଲ)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ କଟକ ତ୍ରିଶୁଳିଆ ନିକଟସ୍ଥ ବାଙ୍କି ରୋଡସ୍ଥିତ ପାଟପୁର ମୀରାମଣ୍ଡପଠାରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସସିଏଲର ସ୍ବୀକୃତିପ୍ରାପ୍ତ ଡିଲର ସତ୍ୟମ କନଷ୍ଟ୍ରକସନ ଆନୁକୂଲ୍ୟରେ ଉକ୍ତ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସୋମାନୀ ସେରାମିକ୍ସ ଲିମିଟେଡ଼ର ବରିଷ୍ଠ ଉପସଭାପତି ସୁଜିତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟମ କନଷ୍ଟ୍ରକସନର ସ୍ବତ୍ୱାଧିକାରୀ(ପ୍ରୋପ୍ରାଇଟର) କମଲ କୁମାର ସିକାରିଆ, କେଶବ ସିକାରିଆ,କୁମାର ମଙ୍ଗଳମ ସିକାରିଆ,ଓମପ୍ରକାଶ ସିକାରିଆ ଏବଂ ଉମେଶ ସିକାରିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରାୟ ୬ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଉକ୍ତ ଶୋ‘ରୁମରେ ସୋମାନୀର ବିଭିନ୍ନ ଭେରାଇଟିର ଟାଇଲ୍ସ ମହଜୁଦ ରହିଥିବା ବେଳେ ୧୫ ହଜାର ବର୍ଗଫୁଟ ପରିମିତ ଜାଗାରେ ସୋମାନୀ ମାର୍ବଲ୍ସ ଏବଂ ଗ୍ରାନାଇଟି ଆଦି ମହଜୁଦ ରହିଛି। ସେହିଭଳି ଉଦଘାଟନୀ ଉତ୍ସବରେ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଗ୍ରାହକମାନେ ସୋମାନୀର ଟାଇଲ୍ସ, ମାର୍ବଲ ଏବଂ ଗ୍ରାନାଇଟ୍‌ ଆଦି ସୁଲଭ ମୂଲ୍ୟରେ ପାଇପାରିବେ। ସେହିପରି ଗ୍ରାହକଙ୍କ ଆବଶ୍ୟକତା ସାଙ୍ଗକୁ ବଜାର ଚାହିଦା ପୂରଣ କରିବା ଏବଂ ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବାବାକୁ ଗୁରୁତ୍ୱ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଏସସିଏଲ ବର୍ତ୍ତମାନ ୮୦ରୁ ଅଧିକ ଦେଶରେ କାରବାର କରୁଥିବାବେଳେ ଭାରତରେ ୫୦୦ରୁ ଅଧିକ ସ୍ବତନ୍ତ୍ର ଷ୍ଟୋର ଏବଂ ୧୫ହଜାରରୁ ଅଧିକ ଡିଲର୍ସ ଏବଂ ସବଡିଲର୍ସ ରହିଛନ୍ତି।

Share