ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍ ଷ୍ଟାର୍ମାନେ ମଧ୍ୟ ଏପରି କିଛି ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ପ୍ରଶଂସକମାନେ ବଲିଉଡ୍ ସେଲିବ୍ରିଟିଙ୍କ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି। ଯେମିତି କି ସେମାନେ କ’ଣ ଖାନ୍ତି, କ’ଣ ପିନ୍ଧନ୍ତି, କାହାକୁ ଭେଟନ୍ତି ଏବଂ କାହା ସହିତ ସେମାନଙ୍କର ପ୍ରେମସମ୍ପର୍କ ଚାଲିଛି ଏପରି ଆହୁରି କିଛି।
ଅନେକ ଲୋକଙ୍କ ପାଇଁ, ପ୍ରତିଦିନ ଗାଧୋଇବା ଏକ ବଡ଼ କାମ ପରି ମନେହୁଏ। ଏମିତି ଅଭ୍ୟାସ ରହିଛି ପରଫେକ୍ଟନିଷ୍ଟ ଅମୀର ଖାନଙ୍କର। ଅମୀର ପ୍ରତିଦିନ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ବେଳେବେଳେ ଗାଧୋଇଥାନ୍ତି। ସବୁଦିନ ନୁହେଁ।
ସେହିପରି କରୀନା କପୁରଙ୍କର ଏକ କୁ-ଅଭ୍ୟାସ ରହିଛି। କରୀନା ସବୁବେଳେ ନଖ କାମୁଡ଼ିଥାନ୍ତି। ଟିକେ ବି ସମୟ ପାଇଲେ କରୀନା ସଙ୍ଗେ ସଙ୍ଗେ ନଖ କାମୁଡ଼ିଥାନ୍ତି।
ହଟ୍ ଗର୍ଲ ସନି ଲିଓନିଙ୍କର ମଧ୍ୟ ଏକ ଅଦ୍ଭୁତ ଅଭ୍ୟାସ ଅଛି। ସନି ପ୍ରତି ୧୫-୨୦ ମିନିଟରେ ପାଦ ସଫା କରନ୍ତି। ସେ ତାଙ୍କ ପାଦର ଯତ୍ନ ନେବାକୁ ପସନ୍ଦ କରିଥାନ୍ତି।
ଜନ୍ ଆବ୍ରାହମ ସବୁ ସମୟରେ ଗୋଡ଼ ହଲାଇଥାନ୍ତି। ଏପରି ଅଭ୍ୟାସ ଅନେକ ଲୋକଙ୍କର ବି ଅଛି। ଏହି ଅଭ୍ୟାସ ମନ୍ଦ ଅଭ୍ୟାସରେ ଗଣନା କରାଯାଏ।