ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ଓ ଏନ୍ଟିପିସି ଏକ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି। ଏଥିରେ ଚାରମିନାରର ସୌନ୍ଦର୍ଯ୍ୟକରଣକୁ ନେଇ କାମ ଆରମ୍ଭ କରାଯାଇଛି।