Categories: ଜାତୀୟ

ତେଜ ପ୍ରତାପଙ୍କୁ ହତ୍ୟା ଧମକ!

ପାଟନା,୧୪ ।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ଘର ନିକଟରେ ରବିବାର ରାତି ପ୍ରାୟ ସାଢେ ୧୦ଟାରେ କେତେଜଣ ଲୋକ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଏହି ସମୟରେ ତେଜ ପ୍ରତାପଙ୍କ ଘର ଉପରକୁ ସେମାନେ ପଥର ବି ଫିଙ୍ଗିଥିଲେ । ପୁଣି ତାଙ୍କ ଘର ଭିତରକୁ ପ୍ରବେଶ ଉଦ୍ୟମ ବି କରିଥିଲେ । ଗଣମାଧ୍ୟମର ସୂଚନା ଅନୁଯାୟୀ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲେ । ଏହି ଘଟଣାକୁ ନେଇ ସଚିବାଳୟ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଗଣ୍ଡଗୋଳ କରିଥିବା ଲୋକେ ଆରଜେଡିର ଯୁବ ଉପାଧ୍ୟକ୍ଷ ସୁଜନ ସ୍ୱରାଜଙ୍କୁ ମାରପିଟ କରିଛନ୍ତି । ସୁଜନ ସ୍ୱରାଜ ସଚିବାଳୟ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଗୌରବ ଯାଦବ ତାଙ୍କର ୧୦ ଜଣ ସାଥିଙ୍କ ସହ ଆସି ତେଜ ପ୍ରତାପଙ୍କ ଘର ନିକଟରେ ଗଣ୍ଡଗୋଳ କରିଥିଲେ । ଏହାସହ ଘରେ ଜବରଦସ୍ତ ପଶି ତେଜ ପ୍ରତାପଙ୍କୁ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲେ ।

Share