Categories: ଜାତୀୟ

ଦେଶର ବିକଶିତ ଅର୍ଥ ବ୍ୟବସ୍ଥା ନେଇ କିଛି ଲୋକଙ୍କ ମନ ଜଳିପୋଡ଼ି ଯାଉଛି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧୨ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସଂସଦର କିଛି ଲୋକ ଦେଶର ବିକଶିତ ଅର୍ଥନୀତି ପ୍ରତି ଇର୍ଷା କରୁଛନ୍ତି। ସେମାନଙ୍କକର ମନ ଜଳିପୋଡ଼ି ଯାଉଛି। ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କିନ୍ତୁ ଏଥିରେ ବିରୋଧୀଙ୍କ ସମସ୍ୟା ରହିଛି। ଭାରତର ବିକାଶ ପାଇଁ ସମସ୍ତେ ଗର୍ବିତ ହେବା ଉଚିତ କିନ୍ତୁ କିଛି ଲୋକ ଏହାକୁ ପରିହାସ ଭାବରେ ଗ୍ରହଣ କରୁଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ମୁଦ୍ରା ବିରୋଧରେ ଭାରତୀୟ ଟଙ୍କା ମଜବୁତ ହୋଇଛି। ବଜାରରେ ହସ୍ତକ୍ଷେପ କରିବା ପାଇଁ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା ଭଣ୍ଡାର ବ୍ୟବହାର କରିଛି ଯାହା ନିଶ୍ଚିତ କରିଛି ଯେ ଡଲାର ମୂଲ୍ୟର ଅସ୍ଥିରତା ଅଧିକ ନୁହେଁ।

Share