ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ।
*ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେବେ ଏଇ ତିନୋଟି ଯାକ ମିଶିଯାଏ ସେବେ ମଣିଷକୁ ସମ୍ମାନ ମିଳିଥାଏ।
*ସମ୍ପର୍କର ଡୋରି ସେବେ ଦୁର୍ବଳ ହୋଇଯାଇଥାଏ, ଯେବେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି।
*ସମ୍ମାନ ଏମିତି ଏକ ନିବେଶ ଅଟେ, ଯାହାକି ଆମେ ଯେତେ ଅଧିକ ଅନ୍ୟକୁ ଦେଇଥାଉ ତାହା ସେତେ ଅଧିକ ସୁଧ ସହିତ ଆମକୁ ମିଳିଥାଏ।
*ନିଜ ଭିତରେ ଥିବା ଅହଂକାରକୁ ବାହାର କରିଦେଇ ନିଜକୁ ହାଲ୍କା କରିବା ଦରକାର। କାରଣ ଉପରକୁ ସେହିମାନେ ଉଠିଥାନ୍ତି, ଯେଉଁମାନେ ହାଲ୍କା ହୋଇଥାନ୍ତି।
*ନିଜ ସୁଖ ପାଇଁ କରାଯାଇଥିବା କର୍ମ ସୀମିତ ସୁଖ ଦେଇଥାଏ, କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନିତ୍ୟ ନୂତନ ଆନନ୍ଦ ଦେଇଥାଏ।
*କୌଣସି ମନୁଷ୍ୟର ବର୍ତ୍ତମାନର ଅବସ୍ଥା ଦେଖି ତାହାର ଭବିଷ୍ୟତକୁ ଉପହାସ କରିବା ଠିକ୍ ନୁହେଁ କାହିଁକି ନା; ଭବିଷ୍ୟତର ଏପରି ଶକ୍ତି ରହିଛି, ସେ ଗୋଟିଏ କୋଇଲାକୁ ମଧ୍ୟ ସୁନାରେ ପରିଣତ କରିପାରିବ।
*ଦୀପ ମାଟିର ହେଉ କି ସୁନାର, ସେଇଟା ମହତ୍ତ୍ୱପୂର୍ଣ୍ଣ ନୁହେଁ; ଏହା କେତେ ପରିମାଣର ସ୍ଥାନକୁ ଆଲୋକିତ କରୁଛି ତାହା ମହତ୍ତ୍ୱପୂର୍ଣ୍ଣ। ସେହିପରି ମଣିଷ ଗରିବ ହେଉ କି ଧନୀ, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ; ସୁନ୍ଦର ବ୍ୟବହାର ସବୁଠୁ ମହତ୍ତ୍ୱପୂର୍ଣ୍ଣ।