ମଲାଇକାଙ୍କ ସହ ହେଲା ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ନିଜର ଫଟୋ ଏବଂ ଭଡ଼ିଓଗୁଡ଼ିକୁ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ ଟିକେ ବି କୁଣ୍ଠାବୋଧ କରନ୍ତି ନାହିଁ। ଅଭିନେତ୍ରୀଙ୍କ ଷ୍ଟାଇଲ୍‌ ପ୍ରତ୍ୟେକ ଥର ପ୍ରଶଂସକଙ୍କ ହୃଦୟ ଜିତିଥାଏ। ଏବେ ସୋସିଆଲ ମିଡିଆରେ ମଲାଇକାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ଭୟଭୀତ ହୋଇଯାଇଥିବା ଦେଖିବାକୁ ମିଳିଛି।

ମଲାଇକାଙ୍କ ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଆପଣ ଦେଖିପାରିବେ ପ୍ରବଳ ବର୍ଷାରେ ମଲାଇକା କୌଣସି ସ୍ଥାନକୁ ଯିବା ପାଇଁ ବାହାରକୁ ଆସୁଛନ୍ତି। ଯେଉଁଠାରେ ଅନେକ ଲୋକ ଠିଆ ହୋଇଥିବା ଦେଖାଯାଏ। ଯେତେବେଳେ କିଛି ଫାଟିଯିବାର ଶବ୍ଦ ଆସୁଛି ସେତେବେଳେ ଅଭିନେତ୍ରୀ ଛତା ସହିତ ଆଗକୁ ଚାଲିଯାଉଛନ୍ତି। ହଠାତ୍‌ ଏହି ସ୍ବର ଶୁଣିବା ପରେ ମଲାଇକା ଏକପ୍ରକାର ଭୟଭୀତ ହୋଇଯାଉଛନ୍ତି। ସେ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଥିବା ଦେଖିବାକୁ ମିଳିଛି।

ଏହା ପରେ ଅଭିନେତ୍ରୀ ନର୍ଭସ ହୋଇ ସେଠାରୁ ଶୀଘ୍ର ଚାଲିଯାଉଛନ୍ତି। ସେଠାରେ କ’ଣ ହୋଇଛି ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଯାଉଛନ୍ତି। ଭିଡିଓ ଦେଖିବା ପରେ ଲୋକମାନେ ମଲାଇକାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି। ମଲାଇକା ଏକ ହଳଦିଆ ରଙ୍ଗର ଡ୍ରେସ୍‌ରେ ନଜର ଆସିଥିବା ବେଳେ ବିନା ମେକ୍‌ଅପ୍‌ରେ ଥିଲେ।

Share